ଆଉ କେତେ ମଲେ ଚେତିବେ ? ଏବେ ବି ଚାଲି ଚାଲି ଫେରୁଛନ୍ତି ପ୍ରବାସୀ…

ନୂଆଦିଲ୍ଲୀ: ମହାରାଷ୍ଟ୍ର ଔରାଙ୍ଗବାଦରେ ମାଲବାହୀ ଟ୍ରେନ୍ ଚାପାରେ ୧୬ ଶ୍ରମିକଙ୍କ ମୃତ୍ୟୁ ପରେ ବଡ଼ ପ୍ରଶ୍ନ ଛିଡ଼ା ହୋଇଛି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବସ୍, ଟ୍ରେନ ବ୍ୟବସ୍ଥା ହେଉଥିବା ବେଳେ କାହିଁକି ଚାଲି ଚାଲି ଫେରୁଛନ୍ତି ପ୍ରବାସୀ ? ଏ ପ୍ରଶ୍ନ ଏବେ ସମସ୍ତେ ପଚାରୁଛନ୍ତି ।

ଆଜିଠାରୁ କେଉଁଠାକୁ ଚାଲିଲା ଟ୍ରେନ୍ ? କିଏ ଟ୍ରେନରେ ଯାତ୍ରା କରିପାରିବେ ?

ମାର୍ଚ୍ଚ ୨୫ରୁ ଲକଡାଉନ୍ ପରେ ଦେଶରେ ବନ୍ଦ ହୋଇ ଯାଇଛି ସମସ୍ତ କଳ କାରାଖାନା । ଫଳରେ ଅନ୍ୟ ରାଜ୍ୟରେ ଦାଦନ ଖଟୁଥିବା ଶ୍ରମିକଙ୍କ ରୋଜଗାର ବନ୍ଦ ହୋଇଯାଇଥିଲା । ଘରଭଡ଼ା ତ ଦୂରର କଥା ଖାଇବାକୁ ମୁଠାଏ ମିଳିନଥିଲା । ଫଳରେ ଘରକୁ ଚାଲି ଚାଲି ଫେରିବାକୁ ବାଧ୍ୟ ହୋଇଥିଲେ ପ୍ରବାସୀ । ଦିନରାତି ଅବିଶ୍ରାନ୍ତ ଚାଲିବା ପରେ ଥକି ପଡ଼ିଥିଲେ । ଟ୍ରେନ୍ ଟ୍ରାକରେ ଥକା ମେଣ୍ଟାଉଥିଲେ ସେମାନେ । ଥକି ନଥିବା ଲୌହଦାନବର ମନ ମାନିନଥିଲା । କ୍ଷଣିକରେ ନେଇ ଯାଇଥିଲା ୧୬ ପ୍ରାଣ ।

ଏହାପରେ ବି ପ୍ରବାସୀ ଶ୍ରମିକ ଚାଲି ଚାଲି ଘରକୁ ଫେରୁଥିବା ଦେଖିବାକୁ ମିଳୁଛି । କିଛି ଶ୍ରମିକ ୪୦ ଡିଗ୍ରୀ ଖରାରେ ୫ ଦିନ ହେଲା ଚାଲୁଛନ୍ତି । ରାଜସ୍ଥାନ ଆଜମେରରୁ ଚାଲି ଚାଲି ଘରକୁ ଫେରୁଛନ୍ତି ଉତ୍ତରପ୍ରଦେଶର ଚାନ୍ଦୋଲିର କିଛି ଶ୍ରମିକ । ସେମାନଙ୍କ ରୋଜଗାର ବନ୍ଦ ହେବାପରେ ଘରକୁ ଫେରିବା ଛଡ଼ା ଆଉକିଛି ରାସ୍ତା ନଥିଲା ବୋଲି କହିଛନ୍ତି ।

ପାଖରେ ଟଙ୍କା ନଥିବା ପ୍ରବାସୀ ଅନ୍ୟ ରାଜ୍ୟରେ ଚଳିବେ କେମିତି ? ଘରକୁ ଫେରିବା ଛଡ଼ା ସେମାନଙ୍କ ନିକଟରେ ଆଉ କିଛି ଉପାୟ ମଧ୍ୟ ନାହିଁ ।

Leave a Reply