କରୋନା ଯୋଦ୍ଧାଙ୍କୁ ଅପମାନ : ଅଧିକାରୀଙ୍କୁ ପାସ ମାଗିଲେ ବୋଲି ଚୌକିଦାର ହେଲେ ବସଉଠ୍ !

ବିହାର: ବିହାରର ଆରରୀୟା ଜିଲ୍ଲାରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓଚିରେ ଦେଖାଯାଇଛି ଯେ, ଜଣେ ପୋଲିସ୍ ଜଣେ ବ୍ୟକ୍ତିଙ୍କ ସାମ୍ନାରେ ହାତ ଯୋଡ଼ି ଠିଆ ହୋଇଛନ୍ତି ଏବଂ ପରେ ସେ ସେହି ବ୍ୟକ୍ତିଙ୍କ ସାମ୍ନାରେ ବସଉଠ୍ ହେଉଛନ୍ତି ।
ଭିଡିଓର ଯାଞ୍ଚ କରିବା ପରେ ଜଣାପଡିଛି ଯେ ଯେଉଁ ସରକାରୀ ଅଧିକାରୀ ପୋଲିସ କର୍ମଚାରୀଙ୍କୁ ଉଠବସ୍ ହେବାର ଦଣ୍ଡ ଦେଉଥିବା ଏବଂ କ୍ଷମା ମାଗିବାକୁ କହୁଥିବା ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜିଲ୍ଲା କୃଷି ପଦାଧିକାରୀ ମନୋଜ କୁମାର । ଏହି ଘଟଣା ସୋମବାର ବିହାରର ଆରାରିଆର ବୈରାଗାଛି ଚୌକ୍ ନିକଟରେ ଘଟିଛି । ପୋଲିସରେ ଚୌକିଦାର ପଦବିରେ କାର୍ଯ୍ୟରତ ଗଣେଶ ତାତ୍ମା ଲକଡାଉନ ସମୟରେ କୃଷି ପଦାଧିକାରୀ ମନୋଜ କୁମାରଙ୍କ କାରକୁ ଅଟକାଇ ଥିଲେ, ଏହାକୁ ନେଇ ସେ ଅତ୍ୟନ୍ତ ରାଗି ଯାଇଥିଲେ ।
ଆଶ୍ଚର୍ଯ୍ୟକର କଥା ହେଉଛି ସେଠାରେ ଉପସ୍ଥିତ ଥିବା ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ମଧ୍ୟ ମନୋଜ କୁମାରଙ୍କ ସମର୍ଥନରେ ବାହାରି ପଡ଼ିଥିଲେ ଏବଂ ଗଣେଶଙ୍କୁ ପାଟି କରିବା ସହ ତାଙ୍କୁ ଦଣ୍ଡ ଦେବାକୁ ପଛାଇ ନଥିଲେ । ମନୋଜ କୁମାରଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ଗଣେଶଙ୍କୁ କାନ ଧରି ବସ୍ଉଠ୍ ହେବାକୁ କହିବା ସହ କ୍ଷମା ମାଗାଇଥିଲେ।
ଏହି ୧୮ସେକେଣ୍ଡର ଭିଡିଓରେ ମନୋଜ କୁମାର ମଧ୍ୟ ଚୌକିଦାରଙ୍କୁ ଗାଳିଗୁଲଜ ଦେଇ କହିଛନ୍ତି ଯେ, ଯଦି ସେ ଭିଡିଓ କନଫରେନ୍ସିଂ ପାଇଁ ଜଲଦିରେ ନଥାନ୍ତେ ତାହାଲେ ସେ ଚୌକିଦାରଙ୍କୁ ଅଟକାଇବା ପରିବର୍ତ୍ତେ ସିଧା ସେ ଜେଲକୁ ପଠାଇ ଦେଇଥାନ୍ତେ । ସୂଚନାନୁସାରେ, ଆରରିୟା ଏସପି ଧୁର ସାୟାଲୀ ଏକ ଟିମ ଗଠନ କରି ଏହି ଘଟଣାକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।