ରାଜଧାନୀରେ କୋହଳ ହେବନି ଲକଡାଉନ୍ ପ୍ରତିବନ୍ଧକ
1 min read
ଭୁବନେଶ୍ୱର: ଏପ୍ରିଲ୍ ୧୫ରୁ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଆରମ୍ଭ ହେଉଥିବା ବେଳେ ରାଜ୍ୟ ସରକାର କିଛି ପ୍ରତିବନ୍ଧକ ହଟାଇ ଦେଇଛନ୍ତି । କିନ୍ତୁ, ଏହିସବୁ ପ୍ରତିବନ୍ଧକ ରାଜଧାନୀ ଭୁବନେଶ୍ୱରରୁ ହଟିବ ନାହିଁ । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି ।
ଏପ୍ରିଲ୍ ୧୫ରୁ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍, ଏହି ସବୁ ପ୍ରତିବନ୍ଧକ ଉଠାଇଲେ ସରକାର
ଭୁବନେଶ୍ୱରରେ କୌଣସି ଚାଷ କାମ, ଗୋପାଳନ, ମତ୍ସ୍ୟ ଚାଷ ଆଦି କାର୍ଯ୍ୟ କରାଯାଉନାହିଁ । ତେଣୁ, ରାଜଧାନୀରେ ପ୍ରତିବନ୍ଧକ କୋହଳ ହେବ ନାହିଁ । ତେବେ ଜନଜୀବନ ଯାତ୍ରା, ରୋଜଗାରକୁ ସାମାନ୍ୟ କରିବାକୁ କିଛିଟା ପରିବର୍ତ୍ତନ ଅଣାଯାଇପାରେ ।
https://www.facebook.com/nandighoshatv/videos/1537088826466437
ଏଦିଗରେ ସରକାର ଗମ୍ଭୀରତାର ସହ ଚିନ୍ତା କରୁଛନ୍ତି । ନୂତନ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଆଣିବା ପାଇଁ କାର୍ଯ୍ୟ ଚାଲିଛି । ଭୁବନେଶ୍ୱରରେ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନରେ ଏଭଳି ନିଷ୍ପତ୍ତି ନିଆଯାଇଛି ।