ଆରମ୍ଭ ହେଲା ଲକ୍ଡାଉନ୍ ୪.୦: ମଇ ୩୧ ଯାଏଁ ଲାଗୁ
1 min readନୂଆଦିଲ୍ଲୀ: ପୁଣି ବଢ଼ିଲା ଲକ୍ଡାଉନ୍ । ସାରାଦେଶରେ ମଇ ୩୧ ଯାଏଁ ଲକ୍ଡାଉନ୍ ଅବଧି ବୃଦ୍ଧି । ଲକ୍ଡାଉନ୍ ଅବଧି ବୃଦ୍ଧି କଲେ ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି । ଏ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦିଆଯାଇଛି ।
ପୂର୍ବରୁ ଲକ୍ଡାଉନ୍ ୩.୦ରେ କିଛି ପରିବର୍ତ୍ତନ କରାଯାଇଥିବା ବେଳେ ଚଳିତ ଥର ମଧ୍ୟ ଲକଡାଉନ୍ କଟକଣାରେ କିଛି କୋହଳ କରାଯାଇପାରେ । ସଂଶୋଧିକ ଗାଇଡଲାଇନ୍କୁ ପ୍ରସ୍ତୁତ ଓ ପ୍ରକାଶ ପାଇଁ ନ୍ୟାସନାଲ ଏକ୍ସୁକେଟିଭ୍ କମିଟିକୁ ନିର୍ଦ୍ଦେଶ ଦିଆଯାଇଥିବା ଚିଠିରେ ଉଲ୍ଲେଖ ରହିଛି । ସଂଶୋଧିକ ଗାଇଡଲାଇନ ନ୍ୟାସନାଲ ଏକ୍ଜୁକେଟିଭ୍ କମିଟି ପକ୍ଷରୁ ପ୍ରକାଶ କରାଯିବ ।
National Disaster Management Authority (NDMA) also directs National Executive Committee (NEC) to issue modifications in the guidelines, as necessary keeping in view the need to open up economic activities while containing the spread of #COVID19. https://t.co/uHXVriHvoW
— ANI (@ANI) May 17, 2020