ଚଣ୍ଡିଖୋଲରେ ଉତ୍ୟକ୍ତ ଲୋକେ ଜାଳିଦେଲେ ପୋଲିସ ଭ୍ୟାନ

ଯାଜପୁର: ଉତ୍ୟକ୍ତ ଲୋକେ ଜାଳିଦେଲେ ପୋଲିସ ଭ୍ୟାନ । ଚଣ୍ଡିଖୋଲର ବାଲିଚନ୍ଦ୍ରପୁର ଥାନା ଭରତପୁର ଅଂଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । କିଛି ଦିନ ତଳେ ଭରତପୁର ଅଂଚଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ହୋଇଥିଲା । ଯାହାକୁ ନେଇ ବଚସା ମଧ୍ୟ ହୋଇଥିଲା । ଆଜି ଘଟଣାସ୍ଥଲରେ ପୋଲିସ ପହିଁଚିଥିଲା ।ପୋଲିସର ବିଳମ୍ବତା ଏବଂ ଅନ୍ୟ ପାରିପାର୍ଶ୍ବିକ ଘଟଣାକୁ ନେଇ ଉତ୍ୟକ୍ତ ରହିଥିଲେ କିଛି ଲୋକେ । ଫଳରେ ପୋଲିସ ଭ୍ୟାନକୁ ଜାଳିଦେଇଥିବା ଜଣାପଡିଛି ।

ସେପଟେ ଭରତପୁରରେ ଲୋକେ ବାଲିଚନ୍ଦ୍ରପୁର ଥାନର ପୋଲିସ ଭ୍ୟାନକୁ ଜାଣିଦେବାର ଖବର ପାଇବା ପରେ ଘଟଣାସ୍ତଳରେ ଅଧିକ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପରିସ୍ଥିତି ବର୍ତ୍ତମାନ ସୁଦ୍ଧା ଉତ୍ତେଜନା ମୂଳକ ରହିଥିବାବେଳେ ସମସ୍ତ ଘଟଣାକୁ ନଜରରେ ରଖିଛି ସ୍ଥାନୀୟ ପୋଲିସ । ଅନ୍ୟପଟେ ପୋଲିସ ଭ୍ୟାନ ଜାଳିବାରେ କେଉଁମାନେ ସଂଳ୍ଳିଷ୍ଟ ଏବଂ କାହିଁକି ଏହି କାଣ୍ଡ ଭିଆଇଛନ୍ତି ସ୍ଥାନୀୟ ଲୋକେ, ସେନେଇ ତଦନ୍ତ ଚଳାଇଛି ବାଲିଚନ୍ତ୍ରପୁର ଥାନା ପୋଲିସ ।

Leave a Reply