ଚୋରି ବେଳେ ଧରା ପଡ଼ି ଛେଚା ଖାଇଲେ ୩ ଯୁବକ

ଅନୁଗୁଳ: ଦୋକାନରୁ ଚୋରି କରୁଥିବା ବେଳେ ଧରା ପଡ଼ିଲେ, ଖୁଣ୍ଟରେ ବନ୍ଧା ହୋଇ ଛେଚା ଖାଇଲେ ୩ ଯୁବକ । ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଫୁଲଝରୀ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚୋରି କରିବାକୁ ଆସି ଲୋକଙ୍କ ହାତରେ ଧରାପଡିବା ସହି ନିର୍ଧୂମ ଛେଚା ଖାଇଛନ୍ତି ତିନି ଯୁବକ । ସୂଚନା ଅନୁସାରେ କୁକୁରପେଟା ଫୁଲଝରି ଛକରେ ଥିବା ୨ଟି ଦୋକାନରୁ କଣିହାଁ ଥାନା ଭାଲୁଗାଡିଆ ଅଞ୍ଚଳର ୩ ଜଣ ଯୁବକ ଚୋରି କରୁଥିବା ସମୟରେ ସ୍ଥାନୀୟ ଲୋକଙ୍କ ହାତରେ ଧରା ପଡ଼ିଥିଲେ ।
ଲୋକମାନେ ଚୋର ୩ ଜଣକୁ ଗୋଟିଏ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିର୍ଧୂମ ମାଡ଼ ମାରିଥିଲେ । ସେମାନଙ୍କ ପାଖରୁ ଗୋଟିଏ ଭୁଜାଲି, ଗୋଟିଏ ବାଇକ୍ ଜବତ କରି ପୋଲିସକୁ ଖବର ଦେଇଥିଲେ ଲୋକ । ପୋଲିସ ୩ ଯୁବକଙ୍କୁ ପୋଲିସ ହେପାଜତକୁ ନେବା ସହ ତଦନ୍ତ ଜାରି ରଖିଛି ।