ଧାମନଗର ବିକାଶ ପାଇଁ ୨୧ କୋଟି ମଞ୍ଜୁର ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସ୍ଥାନୀୟ ନେତା

1 min read

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗରର ବିକାଶ ପାଇଁ ୨୧ କୋଟି ଟଙ୍କା ମଞ୍ଜୁର, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସ୍ଥାନୀୟ ନେତା । 5T ସଚିବ ଭିକେ ପାଣ୍ଡିଆନ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାମନଗର ନିର୍ବାଚନମଣ୍ଡଳୀର ବିକାଶ ପାଇଁ ୨୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଗତ ୧୨ ତାରିଖରେ 5T ସଚିବ ଭିକେ ପାଣ୍ଡିଆନ ଧାମନଗର ଯାଇଥିବା ବେଳେ ଲୋକମାନେ ତାଙ୍କୁ ସମସ୍ୟା ସମ୍ପର୍କରେ ଜଣାଇଥିଲେ । ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାମନଗରର ସମସ୍ତ କଲେଜ ଓ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ୧୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଧାମନଗର ନିର୍ବାଚନମଣ୍ଡଳୀ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ମଠ, ମନ୍ଦିର ଓ ଧର୍ମାନୁଷ୍ଠାନ ପାଇଁ ୫ କୋଟିରୁ ଅଧିକ ଟଙ୍କା ମଞ୍ଜୁର ହୋଇଛି । ଏହା ପରେ ଧାମନଗର ନିର୍ବାଚନମଣ୍ଡଳୀର ବିଜେଡି ଲୋକପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।