ବାହାଘର ଖର୍ଚ୍ଚକୁ ଡରୁଛନ୍ତି କି ? ବ୍ୟାଙ୍କ ଦେବ ଟଙ୍କା…. ଜାଣନ୍ତୁ କେମିତି?

1 min read

ଭାରତୀୟ ପରମ୍ପରାରେ ବିବାହ ବନ୍ଧନରେ ଯୋଡ଼ି ହେବା ଏକ ନିଆରା ପରମ୍ପରା । ଏବେ ଏହି ପରମ୍ପରା ବ୍ୟାପକ ହୋଇଛି । ବିବାହ ଏବେ ବେଦୋକ୍ତ ମନ୍ତ୍ର ଆଉ ଅଗ୍ନିଙ୍କୁ ସାକ୍ଷୀ ରଖି ସାତ ଘେରା ବୁଲିବାରେ ବିଲକୁଲ ସୀମିତ ନାହିଁ । ଜାକଜମକରେ ବାହା ହେବାକୁ ମଣିଷ ଆଧୁନିକ ଜୀବନଶୈଳୀର ଏକ ଅଭିନ୍ନ ଫର୍ଦ୍ଦ ଭାବରେ ଗ୍ରହଣ କରିସାରିଲାଣି । ସାଙ୍ଗ, ସାଥୀ, ବନ୍ଧୁ, ବାନ୍ଧବଙ୍କୁ ଏକାଠି କରି ଏହାକୁ ଏକ ଉତ୍ସବ ଭାବେ ପାଳନ କରୁଛି । ଉତ୍ସବକୁ ଟିକେ ରଙ୍ଗୀନ କରିବାକୁ ପରମ୍ପରାରେ ଯୋଡ଼ି ହେଉଛି ମଡର୍ଣ୍ଣ ଟ୍ରେଣ୍ଡ ।

ନିଜ ବିବାହକୁ ସ୍ମରଣୀୟ କରିବାକୁ ସମସ୍ତଙ୍କ ଇଛା ଥାଏ । ତେଣୁ ଲୋକେ ବିବାହରେ ଅପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ କରନ୍ତି । ଭାରତରେ ଅଧିକାଂଶ ବିବାହ ବ୍ୟୟବହୁଳ ହୋଇଥାଏ ।  ବିବାହ ଖର୍ଚ୍ଚ ଭରଣା କରିବାକୁ ଆଜିର ଯୁବପିଢ଼ିଙ୍କୁ ବ୍ୟାଙ୍କ ଋଣ କରିବାକୁ ପଡ଼ୁଛି । ବ୍ୟାଙ୍କ ଋଣ ପକେଟ୍ ଉପରେ ବଡ଼ ବୋଝ ହେଲେ ମଧ୍ୟ ଏହା ଏବେ ଯୁବପିଢ଼ିଙ୍କ ଏକ ନିଆରା ପସନ୍ଦ ପାଲଟିଛି ।

ଏକ ସର୍ଭେ ରିପୋର୍ଟ ଅନୁସାରେ ୨୦୧୮-୧୯ ରେ ଶତକଡା ୨୦ ପ୍ରତିଶତ ଭାରତୀୟ ଯୁବକ ଯୁବତୀ ବିବାହ ଓ ବ୍ୟକ୍ତିଗତ କାରଣ ପାଇଁ ଅନଲାଇନ ମାଧ୍ୟମରେ ପର୍ସନାଲ ଲୋନ କରିଛନ୍ତି ।

କାହିଁକି ଆପଣ ବିବାହ ପାଇଁ କରିବେ ଲୋନ୍‌

ଆଜିକାଲିର ବିବାହ ଉତ୍ସବ କୌଣସି ବଡ଼ ଉତ୍ସବଠୁ କମ୍‌ ନୁହେଁ । ସବୁ ସ୍ଥିତିରେ ଦରକାର ପଡ଼େ ମୋଟା ରକମର ଟଙ୍କା । ଯେପରି ଆଖକୁ ଭଲ ଦିଶୁଥିବା ବିବାହ ମଣ୍ଡପଟିଏ ବୁକିଂ, ମଲ୍ଟି କ୍ୟୁଜି୍ନ୍ କ୍ୟାଟରିଂ ଇତ୍ୟାଦି ଇତ୍ୟାଦି । ସେହିଭଳି ରାଜକୁମାର, ରାଜକୁମାରୀ ପରି ବରକନ୍ୟାଙ୍କୁ ସଜେଇବା ପାଇଁ ଅଳଙ୍କାର, ମେକଅପ ଓ ଉତ୍ସବର ପ୍ରତିଟି କ୍ଷଣକୁ କ୍ୟାମେରା ଲେନ୍ସରେ ବାନ୍ଧି ରଖିବା ପାଇଁ ଭଲ ଫଟୋସୁଟର ମଧ୍ୟ ଦରକାର ପଡ଼ିଥାଏ । ଆଜିକାଲି ହନିମୁନ୍ ପ୍ୟାକେଜ ଖର୍ଚ୍ଚ ମଧ୍ୟ କିଛି କମ୍ ନୁହେଁ।

କିପରି କରିବେ ଲୋନ୍‌

ପ୍ରାୟ ସବୁ ଘରୋଇ ବ୍ୟାଙ୍କ ଆଉ କିଛି ରାଷ୍ଟ୍ରାୟତ ବ୍ୟାଙ୍କ ବ୍ୟକ୍ତିଗତ ଋଣ ଦେଉଛନ୍ତି । ବିବାହ ପାଇଁ ବଜାଜ୍‌ ଫିନସର୍ଭ ୨୫ ଲକ୍ଷ ପର୍ଯ୍ୟନ୍ତ ଦେଉଛି ବ୍ୟକ୍ତିଗତ ଋଣ। ପ୍ରଥମେ ଆପଣ ନିଜକୁ ସୁଧହାର ସୁହାଇଲା ଭଳି ବ୍ୟାଙ୍କସଂସ୍ଥାଙ୍କୁ ଚୟନ କରିବେ । ଆପଣଙ୍କ ବୟସ, ନାଗରିକତ୍ୱ, ଆପଣ କେଉଁ ସଂସ୍ଥାରେ ଚାକିରି କରନ୍ତି ଓ ଆପଣଙ୍କ ମାସିକ ବେତନ ହାର ଋଣସଂସ୍ଥାକୁ ଦେଖାଇବାକୁ ପଡ଼ିବ। ଅନଲାଇନ୍‌ରେ ଲୋନ କରିବାକୁ ହେଲେ  KYC ଡକ୍ୟୁମେଣ୍ଟ, ମାସିକ ଦରମାର ପ୍ରମାଣ ପତ୍ର, ବ୍ୟାଙ୍କ ଆକାଉଣ୍ଟ ଷ୍ଟେଟମେଣ୍ଟ, ନିଯ଼ୁକ୍ତି ପରିଚୟ ପତ୍ର ଆପଣଙ୍କୁ ପଇଠ କରିବାକୁ ପଡ଼ିବ । ଏସବୁକୁ ପଇଠ କରିବା ପରେ ଆପଣଙ୍କୁ ଋଣ ମିଳିଯିବ ।

ଏବେ କିଛି ସଂସ୍ଥା ପାଞ୍ଚ ମିନିଟରୁ ଅଧଘଣ୍ଟା ମଧ୍ୟରେ ଆପ୍ରୁଭାଲ ଦେଉଛନ୍ତି  ଏବଂ ୨୪ ଘଣ୍ଟା ଭିତରେ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିଯାଉଛି ।  ଋଣ ପରିଶୋଧ କରିବା ପାଇଁ ଆପଣଙ୍କୁ ୬୦ ମାସର ଅବଧି ଦେଉଛି ସଂସ୍ଥା । ')}

Leave a Reply