ଲଞ୍ଚ ହେଲା ନୂଆ AC: ମାତ୍ର ୩୦ ସେକେଣ୍ଡରେ ଥଣ୍ଡା ହୋଇଯିବ ରୁମ୍
1 min read
ଭାରତୀୟ ବଜାରରେ Llyod ନିଜର ବିଭିନ୍ନ ପ୍ରଡକ୍ଟସର ନୂଆ ରେଞ୍ଜ ଲଞ୍ଚ କରିଛି । କମ୍ପାନୀ ପକ୍ଷରୁ Llyod StunneAir ଏୟାର କଣ୍ଡିସନରକୁ ଲଞ୍ଚ କରାଯାଇଛି , ଯାହାକି ୬୦ ଡିଗ୍ରୀ ସେଲସିୟସ ତାପମାତ୍ରାରେ ମାତ୍ର ୩୦ ସେକେଣ୍ଡରେ ରୁମକୁ ୧୮ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଥଣ୍ଡା କରିପାରିବ । ଏଥିରେ ଏମ୍ପିଏଣ୍ଟ ଲାଇଟିଂ ଓ ଅନେକ AI ଫିଚର୍ସ ସାମିଲ ରହିଛି । କମ୍ପାନୀ ପକ୍ଷରୁ ଏସିର ରେଞ୍ଜ, ରେଫ୍ରିଜେରେଟରର ନୂଆ ରେଞ୍ଜ, ମିନି ଏଲଇଡି ଟିଭି ଓ ଓ୍ବାଶିଂ ମେଶିନ ତିନୋଟି ସାମଗ୍ରୀକୁ ଲଞ୍ଚ କରାଯାଇଛି । କମ୍ପାନୀ ଭାରତରେ ନିଜର ଏସି ପ୍ରଡକ୍ସନକୁ ମଧ୍ୟ ବିସ୍ତାର କରିଛି, ଯାହାଫଳରେ ଗ୍ରାହକଙ୍କ ବର୍ଦ୍ଧିତ ଦାବିକୁ ପୂରଣ କରାଯାଇପାରିବ ।
ବ୍ରାଣ୍ଡ ପକ୍ଷରୁ ଷ୍ଟନର ଏୟାର ୬-ଇନ-୧ ଏକ୍ସପେଣ୍ଡେବଲ ଏସି ସହିତ ଷ୍ଟେଲାର, ଷ୍ଟାଇଲସ ଓ ମାଷ୍ଟରପୀସ ସିରିଜ ଅଧିନରେ ଏସି ମଡେଲସକୁ ଲଞ୍ଚ କରାଯାଇଛି । ବ୍ରାଣ୍ଡ ମୁତାବକ, ଏହି ଏସି ଆଡଭାନ୍ସ ଏଆଇ ଫିଚର୍ସ ସହିତ ଆସୁଛି । ଏଥିରେ ହ୍ୟୁମାନ ଡିଟେକ୍ସନ ଫିଚର ଦିଆଯାଇଛି । ଯେଉଁ କାଣରୁ ଏହା ରୁମରେ ମଣିଷକୁ ସପୋର୍ଟ କରିବା ପରେ ହିଁ କୁଲିଂ ଆରମ୍ଭ ହେବ । ଏସି ଡି ଏୟରଫ୍ଲୋ ଫିଚର ସହିତ ଆସିଥାଏ ଏହି ଏସି ୬୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଗରମରେ ସହଜରେ କାମ କରିବା । ଏହି ଏସି କବଳ ୧୮ ଡିଗ୍ରୀ ସେଲସିୟସରେ କୁଲିଂ କରିପାରିବ । ଷ୍ଟନରଏୟାର ପ୍ଲିଟ ଏସିକ ୭୪,୦୩୨ ଟଙ୍କାରେ ଲଞ୍ଚ କରାଯାଇଛି । ଏହି ମୂଲ୍ୟ ୧.୫ ଟନ କ୍ଷମତା ଯୁକ୍ତ ୫-ଷ୍ଟାର ଭାରିଆଣ୍ଟର ଅଟେ । ଷ୍ଟେଲାର ସିରଜର ଶୁଭାରମ୍ଭ ୬୬,୯୧ ଟଙ୍କା । ସେହିପରି ଷ୍ଟାଇଲସ ସ୍ପିଟ ଏସିର ରେଞ୍ଜ ୪୦,୯୯୦ ଟଙ୍କାରୁ ଆରମ୍ଭ ହଉଛି । ୩ ଷ୍ଟାର ଏସିର ୧ ଲକ୍ଷ କ୍ଷମତା ଥିବା ସାମଗ୍ରୀ ପାଇଁ ଏହି ଦର ରହିଛି ।