ଦ୍ୱିତୀୟ ବିଶ୍ୱଯୁଦ୍ଧର ବୋମା ବର୍ଷଣରୁ ବଞ୍ଚିଯାଇଥିବା କୁମ୍ଭୀର ମୃତ

1 min read

ମସ୍କୋ: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବର୍ଲିନ ଉପରେ ଆମେରିକା ଓ ମିତ୍ରରାଷ୍ଟ୍ରଙ୍କ ପକ୍ଷରୁ ହୋଇଥିବା ଭୀଷଣ ବୋମା ବର୍ଷଣରୁ  ବଞ୍ଚିଯାଇଥିବା ୮୪ ବର୍ଷୀୟ କୁମ୍ଭୀରର ମସ୍କୋରେ ମୃତ୍ୟୁ ହୋଇଛି । ମସ୍କୋ  ପ୍ରାଣୀ ଉଦ୍ୟାନର ଅଧିକାରୀମାନେ ଶନିବାର ଦିଏ ଏନେଇ ଘୋଷଣା କରିଛନ୍ତି । ମୃତ୍ୟୁବରଣ କରିଥିବା ଏହି  କୁମ୍ଭୀରଟି ନାଜି ଲିଡର ଆଡଲୋଫ ହିଟଲରଙ୍କ ପୋଷା କୁମ୍ଭୀର ଥିଲା  ବୋଲି ସେତେବେଳେ ଗୁଜବ ଉଠିଥିଲା ।

ପ୍ରାଣୀ ଉଦ୍ୟାନରୁ କୁହାଯାଇଛି ଯେ, “ଗତକାଲି ସକାଳେ ଆମର ମିସିସିପି କୁମ୍ଭୀର ସଟର୍ନ ବୃଦ୍ଧାବସ୍ଥାରେ ମୃତ୍ୟୁ ହୋଇଛି । ତାଙ୍କୁ ପ୍ରାୟ ୮୪ ବର୍ଷ ବୟସ ହୋଇଥିଲା – ଅତ୍ୟନ୍ତ ସମ୍ମାନଜନକ ବୟସ ବୋଲି ସେ ଏହି ବିବୃତ୍ତିରେ କହିଛନ୍ତି । କୁମ୍ଭୀରଟି ଆମେରିକାରେ ଜନ୍ମ ହେବାର କିଛି ସମୟ ପରେ ୧୯୩୬ ମସିହାରେ କୁମ୍ଭୀର ସଟର୍ନକୁ ବର୍ଲିନ ପ୍ରାଣୀ ଉଦ୍ୟାନକୁ ଉପହାର ଦିଆଯାଇଥିଲା ।

ଏକ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ୧୯୪୩ ମସିହାରେ ପ୍ରାଣୀ ଉଦ୍ୟାନ ଉପରେ ବୋମା ଆକ୍ରମଣ ହୋଇଥିଲା, ସେତେବେଳେ ସଟର୍ନ ଖସିଯିବାରେ ସଫଳ ହୋଇଥିଲା ଏବଂ ମାତ୍ର ତିନି ବର୍ଷ ପରେ ବ୍ରିଟିଶ ସୈନିକମାନେ ତାକୁ ପାଇଥିଲେ । ସଟର୍ନଙ୍କୁ ସୋଭିଏତ ସଂଘକୁ ଉପହାର ଦିଆଯାଇଥିଲା – ଯେଉଁଠାରେ ସେ ଜୀବନର ଅବଶିଷ୍ଟ ସମୟ ମସ୍କୋ ପ୍ରାଣୀ ଉଦ୍ୟାନରେ ଅତିବାହିତ କରିଥିଲା । ପ୍ରାଣୀ ଉଦ୍ୟାନ ଏକ ବିବୃତ୍ତିରେ କହିଛି ଯେ ମସ୍କୋ ପ୍ରାଣୀ ଉଦ୍ୟାନ ୭୪ ବର୍ଷ ଧରି ସଟର୍ନକୁ ରଖିଥିବାରୁ ଗର୍ବ କରୁଛି ।

ମସ୍କୋ ପ୍ରାଣୀ ଉଦ୍ୟାନ ପୂର୍ବରୁ ସଟର୍ନ ବର୍ଲିନ ପ୍ରାଣୀ ଉଦ୍ୟାନରେ ନୁହେଁ ବରଂ ହିଟଲରଙ୍କ ବ୍ୟକ୍ତିଗତ ସଂଗ୍ରହର ଅଂଶ ଗୁଜବକୁ ଖାରଜ କରିଦିଆଯାଇଛି । ତେବେ ଏମିତି ଗୁଜବ କିଏ ଓ କାହିଁକି ଆରମ୍ଭ କରିଛି ତାହା ସ୍ପଷ୍ଟ ହୋଇନାହିଁ।

Leave a Reply