ଦ୍ୱିତୀୟ ବିଶ୍ୱଯୁଦ୍ଧର ବୋମା ବର୍ଷଣରୁ ବଞ୍ଚିଯାଇଥିବା କୁମ୍ଭୀର ମୃତ
1 min readମସ୍କୋ: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବର୍ଲିନ ଉପରେ ଆମେରିକା ଓ ମିତ୍ରରାଷ୍ଟ୍ରଙ୍କ ପକ୍ଷରୁ ହୋଇଥିବା ଭୀଷଣ ବୋମା ବର୍ଷଣରୁ ବଞ୍ଚିଯାଇଥିବା ୮୪ ବର୍ଷୀୟ କୁମ୍ଭୀରର ମସ୍କୋରେ ମୃତ୍ୟୁ ହୋଇଛି । ମସ୍କୋ ପ୍ରାଣୀ ଉଦ୍ୟାନର ଅଧିକାରୀମାନେ ଶନିବାର ଦିଏ ଏନେଇ ଘୋଷଣା କରିଛନ୍ତି । ମୃତ୍ୟୁବରଣ କରିଥିବା ଏହି କୁମ୍ଭୀରଟି ନାଜି ଲିଡର ଆଡଲୋଫ ହିଟଲରଙ୍କ ପୋଷା କୁମ୍ଭୀର ଥିଲା ବୋଲି ସେତେବେଳେ ଗୁଜବ ଉଠିଥିଲା ।
ପ୍ରାଣୀ ଉଦ୍ୟାନରୁ କୁହାଯାଇଛି ଯେ, “ଗତକାଲି ସକାଳେ ଆମର ମିସିସିପି କୁମ୍ଭୀର ସଟର୍ନ ବୃଦ୍ଧାବସ୍ଥାରେ ମୃତ୍ୟୁ ହୋଇଛି । ତାଙ୍କୁ ପ୍ରାୟ ୮୪ ବର୍ଷ ବୟସ ହୋଇଥିଲା – ଅତ୍ୟନ୍ତ ସମ୍ମାନଜନକ ବୟସ ବୋଲି ସେ ଏହି ବିବୃତ୍ତିରେ କହିଛନ୍ତି । କୁମ୍ଭୀରଟି ଆମେରିକାରେ ଜନ୍ମ ହେବାର କିଛି ସମୟ ପରେ ୧୯୩୬ ମସିହାରେ କୁମ୍ଭୀର ସଟର୍ନକୁ ବର୍ଲିନ ପ୍ରାଣୀ ଉଦ୍ୟାନକୁ ଉପହାର ଦିଆଯାଇଥିଲା ।
Вчера утром наш миссисипский аллигатор Сатурн умер от старости. Ему было около 84 лет – крайне почтенный возраст. Московскому зоопарку выпала честь содержать Сатурна 74 года. Он видел многих из нас детьми. Надеемся, что мы его не разочаровали. pic.twitter.com/UigsB8xwBv
— Московский Зоопарк (@moscowzoo) May 23, 2020
ଏକ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ୧୯୪୩ ମସିହାରେ ପ୍ରାଣୀ ଉଦ୍ୟାନ ଉପରେ ବୋମା ଆକ୍ରମଣ ହୋଇଥିଲା, ସେତେବେଳେ ସଟର୍ନ ଖସିଯିବାରେ ସଫଳ ହୋଇଥିଲା ଏବଂ ମାତ୍ର ତିନି ବର୍ଷ ପରେ ବ୍ରିଟିଶ ସୈନିକମାନେ ତାକୁ ପାଇଥିଲେ । ସଟର୍ନଙ୍କୁ ସୋଭିଏତ ସଂଘକୁ ଉପହାର ଦିଆଯାଇଥିଲା – ଯେଉଁଠାରେ ସେ ଜୀବନର ଅବଶିଷ୍ଟ ସମୟ ମସ୍କୋ ପ୍ରାଣୀ ଉଦ୍ୟାନରେ ଅତିବାହିତ କରିଥିଲା । ପ୍ରାଣୀ ଉଦ୍ୟାନ ଏକ ବିବୃତ୍ତିରେ କହିଛି ଯେ ମସ୍କୋ ପ୍ରାଣୀ ଉଦ୍ୟାନ ୭୪ ବର୍ଷ ଧରି ସଟର୍ନକୁ ରଖିଥିବାରୁ ଗର୍ବ କରୁଛି ।
ମସ୍କୋ ପ୍ରାଣୀ ଉଦ୍ୟାନ ପୂର୍ବରୁ ସଟର୍ନ ବର୍ଲିନ ପ୍ରାଣୀ ଉଦ୍ୟାନରେ ନୁହେଁ ବରଂ ହିଟଲରଙ୍କ ବ୍ୟକ୍ତିଗତ ସଂଗ୍ରହର ଅଂଶ ଗୁଜବକୁ ଖାରଜ କରିଦିଆଯାଇଛି । ତେବେ ଏମିତି ଗୁଜବ କିଏ ଓ କାହିଁକି ଆରମ୍ଭ କରିଛି ତାହା ସ୍ପଷ୍ଟ ହୋଇନାହିଁ।