ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଲିଜ୍ ଟ୍ରସ୍

ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଆଜି ଶପଥ ନେଲେ ଲିଜ୍ ଟ୍ରସ୍ । ଡ୍ରାଉନିଂଷ୍ଟ୍ରିଟ୍ ପରିବର୍ତ୍ତେ ବାଲମୋରାଲରେ ଆୟୋଜିତ ଭବ୍ୟ ସମାରୋହରେ ଶପଥ ନେଇଛନ୍ତି ଲିଜ୍ । ରାଣୀ ଏଲିଜାବେଥଙ୍କ ଅସୁସ୍ଥତା ଯୋଗୁ ୭୦ବର୍ଷ ପରେ ବଦଳିଛି ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସ୍ଥାନ । ଲଣ୍ଡନର ବକିଙ୍ଗହମ୍ ପ୍ୟାଲେସ ପରିବର୍ତ୍ତେ ବାଲମୋରାଲରେ ଲିଜ୍ ଟ୍ରସ ପ୍ରଧାନମନ୍ତ୍ରୀ ପଦର ଶପଥ ନେଇଛନ୍ତି । କିଛି ସମୟ ପରେ ଲିଜ୍ ତାଙ୍କ ନୂଆ କ୍ୟାବିନେଟ ଗଠନ ନେଇ ଘୋଷଣା କରିପାରନ୍ତି ।

ଲିଜଙ୍କ ମନ୍ତ୍ରିମଣ୍ଡଳରେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ କୌଣସି ଘନିଷ୍ଠ ସହଯୋଗୀ ସାମିଲ ହେବେ ନାହିଁ ବୋଲି କୁହାଯାଉଛି । ସେପଟେ ଲିଜଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ମଧ୍ୟ କ୍ୟାବିନେଟରେ ସାମିଲ କରାଯିବ ନାହିଁ ବୋଲି ଜଣାପଡ଼ିଛି । ବୋରିସ ସରକାରରେ ବହୁ ଗୁରୁତ୍ବପୂର୍ଣ୍ଣ ପଦରେ ରହିଥିଲେ ଲିଜ୍ । ୨୦୧୭ରୁ ୨୦୧୯ ଯାଏ ଟ୍ରେଜେରୀ ମନ୍ତ୍ରୀ । ୨୦୧୯ରୁ ୨୦୨୧ ଯାଏ ଆନ୍ତର୍ଜାତିକ ବାଣିଜ୍ୟ ମନ୍ତ୍ରୀ । ଏବଂ ଗତବର୍ଷରୁ ତାଙ୍କୁ ବୈଦେଶିକ ମନ୍ତ୍ରାଳୟ ହସ୍ତାନ୍ତର କରାଯାଇଥିଲା । ସେପଟେ ନୂଆ ସରକାରର ଶପଥ ଗ୍ରହଣ ପରେ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ କାମ କରୁଥିବା ବୋରିଶ ଜନସନ୍‌ ଇସ୍ତଫା ଦେଇଛନ୍ତି ।