ରାହୁଲ ନିକଟରେ ଉଦ୍ଧାରକାରୀ ଦଳ, ଆଉ କିଛି ସମୟ..

ନନ୍ଦିଘୋଷ ବ୍ୟୁରୋ: ୮୦ ଫୁଟ ଗାତ ପାଖରେ ପହଁଚିଛି ଉଦ୍ଧାରକାଳୀ ଦଳ  । ଆଉ ମାତ୍ର କିଛି ସମୟର ଅପେକ୍ଷା । କୋଟି କୋଟି ଲୋକଙ୍କ ପ୍ରାର୍ଥନାକୁ ଶୁଣୁଛନ୍ତି ଜଗତର ନାଥ  ।  ଦୀର୍ଘ ୪ ଦିନର ଅହରହ କସରତ ପରେ ଉଦ୍ଧାରକାରୀ ଦଳ ରାହୁଲ ପାଖରେ ପହଁଚିବାକୁ ଯାଉଛନ୍ତି   । ସୂଚନା ଦେଇଛନ୍ତି ଚମ୍ପା ଜିଲ୍ଲାର ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଲା  ।  ଏନଡିଆରଏଫ ଏବଂ ଏସଡିଆରଏଫ ଟିମ ଉଦ୍ୟମ ସଫଳ ହେବାକୁ ଯାଉଛି  । ବୋରୱେଲ ପାଖରେ ସଜାଗ ରହିଛି ମେଡିକାଲ ଟିମ୍  । ଚତୁପାର୍ଶ୍ୱକୁ କରାଯାଇଛି କର୍ଡନ  । ଉଦ୍ଧାରକାରୀ ଦଳ ରାହୁଲକୁ ବୋରୱେଲରୁ ବାହାରିବା ପରେ ତତକ୍ଷଣାତ୍ ପ୍ରସ୍ତୁତ ହୋଇଥିବା ଆମ୍ବୁଲାନ୍ସରେ ମେଡିକାଲକୁ ପଠାଯାଇଛି  । ପୂର୍ବରୁ ପୋଲିସ ଏକ ମକଡ୍ରିଲ କରିଥିବାବେଳେ  । ରାହୁଲ ବାହାରିବା ପରେ କଡ଼ା ସୁରକ୍ଷା ବଳୟ ଭିତରେ ଅର୍ଥାତ ଗ୍ରୀନ କରିଡର ମାଧ୍ୟମରେ ମେଡିକାଲକୁ ପଠାଯିବାକୁ ବ୍ୟବସ୍ଥା ହୋଇଛି  ।

ଛତିଶଗଡର ରାହୁଲ ସାହୁ ଖେଳୁଥିବା ସମୟରେ ଏକ ୮୦ ଫୁଟ ଗଭୀର ବୋରୱେଲରେ ଗଳି ପଡିଥିଲେ  । ସେପଟେ ଜିଲ୍ଲା ପ୍ରଶାସନ ଖବର ପାଇବା ପରେ ଆରମ୍ଭ କରିଥିଲା ଅପରେସନ ରାହୁଲ  । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମଧ୍ୟ ଘଟଣାକୁ ଗୁରୁତର ସହ ଗ୍ରହଣ କରିବା ସହ ଅପରେସନକୁ ସଫଳ କରିବା ପାଇଁ ପ୍ରଶାସନକୁ ଦେଇଥିଲେ କଡ଼ା ନିର୍ଦ୍ଦେଶ  । ଅତ୍ୟାଧୁନିକ ଟେକନିକ ପ୍ରଶାସନର ଶହ ଶହ ଅଧିକାରୀ, ପୋଲିସ କର୍ମଚାରୀ, ଏନଡିଆରଏଫ ଏବଂ ଏସଡିଆରଏଫ ଟିମ୍ ମଧ୍ୟ ଘଟଣାସ୍ଥଳରେ ମୁତୟନ ରହିଥିଲେ  । ଏକ ସ୍ୱତନ୍ତ୍ର ରେସକ୍ୟୁ ଟିମ୍ ଗଭୀର ଗାତ ଭିତରେ ଏକ ଟନେଲ ନିର୍ମାଣ ଆରମ୍ଭ କରିଥିଲେ  । କାରଣ ରାହୁଲକୁ ସୁରକ୍ଷିତ ଉଦ୍ଧାର କରିବା ନିମନ୍ତେ ପ୍ରଶାସନ ସମସ୍ତ ପ୍ରକାର ରଣନିତୀ ଲଗାଇଦେଇଛି  ।

ରାହୁଲ ଜଣେ ମୁକ ଏବଂ ବଧିର ବାଳକ  । କିଛି କହିପାରୁନଥିବା ବେଳେ କିଛି ଶୁଣି ପାରେନି ମଧ୍ୟ  । କିନ୍ତୁ ଗାତରେ ପଡିବା ପରେ ଯେଉଁ ଖାଦ୍ୟ ପଠାଯାଇଥିଲା, ରାହୁଲ ଖାଦ୍ୟ ଗ୍ରହଣ କରୁଥିଲା  । କଦଳୀ ଖାଉଥିଲା ଏବଂ ଓଆଏରଏସ ପାଣି ପିଉଥିଲା  । ଡାକ୍ତରୀ ଟିମ ମଧ୍ୟ ରାହୁଲର ସ୍ୱାସ୍ଥ୍ୟ ଉପରେ କଡା ନଜର ରଖିଥିଲେ  । ଯେଉଁଥିପାଇଁ ପାଇଁ ୭୫ ଘଣ୍ଟାରୁ ଅଧିକ ସମୟ ଧରି ୮୦ ଫୁଟ ବୋରୱେଲରେ ରହି ମଧ୍ୟ ୧୧ ବର୍ଷୀୟ ରାହୁଲଙ୍କ ସ୍ୱାସ୍ଥ୍ୟବସ୍ଥାରେ ବିଶେଷ ଅବନିତୀ ଦେଖାଯାଇନଥିଲା  । ୪ ଦିନ ଧରି ବିଶାଳ ଗାତରେ ରହିବା ପରେ ଆଜି ଅପରେସନ ଶେଷ ପର୍ଯ୍ୟାୟରେ ପହଁଚିଛି  ।