ପ୍ରେମିକା ଆଉ କାହା ହାତ ଧରିଲା ବୋଲି…

1 min read

କଟକ: ଯୁବକଙ୍କ ଆତ୍ମହତ୍ୟାର ଭିଡିଓ ଭାଇରାଲ୍‌। ଏଥିରେ ଯ଼ୁବକ ଜଣକ ଆତ୍ମହତ୍ୟାର କାରଣ କହୁଥିବା ଦେଖିବାକୁ ମିଳିଛି।  ଭିଡିଓ ସହ ଚିଠି ବି ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି । ଯୁବକ ଜଣଙ୍କ ନିଜେ ନିଜ ଭିଡିଓ ସୁଟିଂ କରିଥିବା କୁହାଯାଉଛି ।

 

ଏହି ଭାଇରାଲ ଭିଡିଓ ଲାଗିଛି ନନ୍ଦିଘୋଷ ଟଭି ହାତରେ । କଟକ ଛତ୍ରବଜାର ମାତୃଭବନ ନିକଟ ରେଳ ଧାରଣାରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତାଙ୍କ ମୃତଦେହ ଉଦ୍ଧାର କରଛି ପୋଲିସ । ମୃତ ଯୁବକ ହେଲେ କଟକ ହରିପୁର ରାଉସା ପାଟଣାର ମନୋଜ ସ୍ୱାଇଁ ।

ମନୋଜଙ୍କର ଦୀର୍ଘଦିନ ହେଲା ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ଥିଲା । ହେଲେ ଯୁବତୀ ଜଣକ ଅନ୍ୟ ଜଣଙ୍କୁ ବିବାହ କରିବା ପାଇଁ ସ୍ଥିର କରିବାରୁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାପରେ ମନୋଜ ଆତ୍ମହତ୍ୟା କରିବେ ବୋଲି ଭିଡିଓରେ କହିଛନ୍ତି । ତାପରେ ରେଳ ଧାରଣାରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

https://youtu.be/HGXdinv3Ub0

Leave a Reply