ନବୀନଙ୍କ ପରାମର୍ଶ ମାନିବାକୁ ଅପିଲ୍‌ କରୁଛନ୍ତି କୁନି ଝିଅ

1 min read

ଭୁବନେଶ୍ୱର: କରୋନା ଯୁଦ୍ଧର କୁନି ସିପାହୀ । କରୋନା ନେଇ ଲୋକଙ୍କୁ ସଚେତନ କରୁଛି କୁନି ଝିଅ ରୁହି । କରୋନା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଚେତନତା ବାର୍ତ୍ତାରେ ନିଜେ ଅନୁପ୍ରାଣିତ ହେବା ପରେ ଏବେ ଅନ୍ୟକୁ ଏହା ମାନିବାକୁ ଅପିଲ୍ କରୁଛି ଝିଅ । ମାସ୍କ ପିନ୍ଧିବା, ହାତକୁ ସାନିଟାଇଜ୍‌ କରିବା ଓ  ଘରୁ  ନବାହାରିବାକୁ ପରାମର୍ଶ ଦେଉଛି  । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ  ବେଶ୍‌ ଭାଇରାଲ୍ ହେଉଛି । ଲୋକେ ଏହାକୁ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି  । ଯେଉଁ ମାନେ ସଚେତନ ହେଉନାହାନ୍ତି, ସତର୍କ ହେଉନାହାନ୍ତି କଟକଣା ସତ୍ତ୍ୱେ ଘରୁ ବାହାରକୁ ବାହାରୁଛନ୍ତି ସେମାନେ ଏହି କୁନି ଝିଅଠାରୁ ଶିଖନ୍ତୁ ବୋଲି କିଛି ଲୋକେ ସୋସିଆଲ୍ ମିଡିଆାରେ ପ୍ରକାଶ କରିଛନ୍ତି ।

https://www.facebook.com/nandighoshatv/videos/873945763017180/

ପୂର୍ବରୁ ବହୁ ଥର ଛୋଟ ଛୋଟ ପିଲାମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ କରୋନା ମୁକାବିଲା ନେଇ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି । ଛୋଟ ଛୋଟ ପିଲାଙ୍କ ଏଭଳି କାର୍ଯ୍ୟ ବୟସ୍କମାନଙ୍କୁ ମଧ୍ୟ ପ୍ରଭାବିତ କରିବା ସହ ଏଭଳି କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇଥାଏ । ସେହିଭଳି ଏହି ଛୋଟ ଝିଅ ସଚେତନ ବାର୍ତ୍ତା ମଧ୍ୟ ଅନେକ ଲୋକଙ୍କୁ ସଚେତନ କରିବା ଓ ସତର୍କ କରିବ ବୋଲି ଆଶା କରାଯାଉଛି ।

ସୂଚନା ଯୋଗ୍ୟ, କରୋନାରୁ ବର୍ତ୍ତିବା ପାଇଁ ଘରେ ରହିବାକୁ ବାରମ୍ୱାର ପରାମର୍ଶ ଦେଇଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଭଳି କି ଅଯଥାରେ ଘରୁ ବାହାରିବେନି ବୋଲି ନିଜ ପିଲା ଛୁଆଙ୍କ ନାଁରେ ଶପଥ କରିବାକୁ ଅପିଲ୍ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିସହିତ ୧୦୪ ନମ୍ୱରକୁ କଲ୍‌ କରି ନିଜ ନାମ ପଞ୍ଜୀକରଣ କରିବା ସହ କ୍ୱାରେଣ୍ଟାଇନ୍‌ରେ ରହିବାକୁ ବିଦେଶ ଫେରନ୍ତାଙ୍କୁ ନିବେଦନ କରିଥିଲେ ନବୀନ ।

Leave a Reply