spot_img

Latest Posts

ଅସହାୟଙ୍କ ପାଇଁ ସହାୟତାର ହାତ ବଢାଇଲା ସାହିତ୍ୟ ଅନୁଷ୍ଠାନ

ଭୁବନେଶ୍ୱର : ଲକ୍ ଡାଉନ୍ ବେଳେ ସାହିତ୍ୟିକ ମାନେ କେବଳ ନିଜକୁ ଗଳ୍ପ କି କବିତା ଲେଖିବାରେ ସୀମିତ ରଖିନାହାନ୍ତି। ଅସହାୟଙ୍କ ପାଖରେ ଛିଡ଼ା ହୋଇ ସେମାନଙ୍କୁ ସହଯୋଗ ଯୋଗାଇ ଦେଇଛନ୍ତି। ବନଫୁଲ ପ୍ରକାଶନୀ ପକ୍ଷରୁ ଏପରି ନିଆରା ଉଦ୍ୟମ କରାଯାଉଛି। ସାମାଜିକ ଅନୁଷ୍ଠାନ ବନଫୁଲ ସହଯୋଗ ସମିତି ରାଜ୍ୟର ଅସହାୟ, ରୋଗୀ, ଗରିବ ଓ ନିରାଶ୍ରୟ ମାନଙ୍କୁ ସହଯୋଗର ହାତ ବଢାଉଛି । ଅସହାୟ ମଣିଷମାନଙ୍କ ଘରେ ପହଞ୍ଚି ସହଯୋଗ ସମିତି ଆର୍ଥିକ ସହାୟତା ପ୍ରଦାନ କରୁଛି । ଏଇ ନିକଟରେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ପେଣ୍ଠ ଗାଁର ଗରିବ ଚାଷୀ ଦଧିବାମାନ ସାହୁଙ୍କ ବ୍ରେନ୍ ଷ୍ଟ୍ରୋକ ଖବର ପାଇ ଅନୁଷ୍ଠାନ ତାଙ୍କ ଘରେ ପହଞ୍ଚି ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲା ସେହିପରି ରାଜନଗର ଗାଁର ଅସହାୟ ମଣିଷ ହୃଷି ରଣା, ଡାଂଗମାଳ ଗାଁର ଗିରିଧାରୀ ବେହେରା ଓ କଟକ ଜିଲ୍ଲା ଭାତପଡା ଗାଁର ପକ୍ଷାଘାତ ପୀଡିତ ସାମ୍ବାଦିକ ଓ ଶିଶୁ ସାହିତ୍ୟିକ ରମେଶ ବେହାରା ପ୍ରମୁଖଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।

ଏହା ସହିତ ସହଯୋଗ ସମିତି ସମାଜରେ ଅସହାୟ ମାନସିକ ବିକୃତ ବ୍ୟକ୍ତିମାନଙ୍କୁ ଖାଦ୍ୟ ଦେବା ସହ ପଶୁପକ୍ଷୀମାନଙ୍କୁ ମଧ୍ୟ ଖାଦ୍ୟ ଓ ସରୁକ୍ଷା ଯୋଗେଇ ଆସୁଛି । ସହଯୋଗ ସମିତିର ଏହି ମହତ କାର୍ଯ୍ୟ ଦେଖି ସାରା ଓଡିଶାରେ ଶୁଭେଚ୍ଛା ଓ ସାଧୁବାଦ ବାର୍ତ୍ତା ଆସି ପହଞ୍ଚିଛି । ଅନୁଷ୍ଠାନର ନିର୍ଦ୍ଦେଶକ ପବିତ୍ର ବ୍ରହ୍ମପୁତ୍ର ନାୟକ ଅସହାୟ ମଣିଷଙ୍କ ପାଖକୁ ସହଯୋଗର ହାତ ସମସ୍ତଙ୍କର ଲମ୍ବି ଆସିବା ସଙ୍ଗେ ସଙ୍ଗେ ସମସ୍ତେ ସମାଜ ସେବା କରିବା ଆବଶ୍ୟକ ବୋଲି କହିଛନ୍ତି ।

Latest Posts

Don't Miss