କନ୍ଧମାଳରେ ଆରମ୍ଭ ହେବ ଦ୍ୱିତୀୟ ସାହିତ୍ୟ ମହୋତ୍ସବ

କନ୍ଧମାଳ: ଆରମ୍ଭ ହେବ ଦ୍ଵିତୀୟ କନ୍ଧମାଳ ସାହିତ୍ୟ ମହୋତ୍ସବ  । ପ୍ରକୃତି, ସଂସ୍କୃତି ଓ ସାହିତ୍ୟ ମଧ୍ୟରେ ଥିବା ପାରସ୍ପରିକ ସମ୍ବନ୍ଧ ବିଷୟରେ ହେବ ଆଲୋଚନା । ଆସନ୍ତା ୧୪ ଏବଂ ୧୫ ତାରିଖରୁ ଦୁଇଦିନ ଧରି ଚାଲିବ । ଓଡିଶା ଡାଏରୀ ଫାଉଣ୍ଡେସନ ଓ କଳିଙ୍ଗ ସାହିତ୍ୟ ମହୋତ୍ସବର ମିଳିତ ପ୍ରୟାସରେ ଫୁଲବାଣୀଠାରେ ଆରମ୍ଭ ହେବ ମହୋତ୍ସବ ।

କନ୍ଧମାଳ ଜିଲ୍ଲା ନିଜର ସ୍ଵତନ୍ତ୍ର ସଂସ୍କୃତି, ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ଏଠାକାର ଲୋକଙ୍କ ସରଳପଣିଆ ପାଇଁ ପରିଚିତ । ଏହିସବୁ ଗୁଣ ଜଣେ ଲେଖକ, ବିଚାରକ ତଥା ସାହିତ୍ୟକୁ ପ୍ରେରିତ କରିଥାଏ । ଏହି ଉତ୍ସବରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା , ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏବଂ ବିଶିଷ୍ଟ ଶିକ୍ଷାବିତ ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ସମ୍ମାନନୀୟ ଅତିଥି ଭାବେ ଯୋଗଦାନ କରିବେ ।

ଏଥିରେ ଇଂରାଜୀ ଭାଷାର ବିଶିଷ୍ଟ କବି ଜୟନ୍ତ ମହାପାତ୍ର ମାର୍ଗଦର୍ଶୀ ଅଭିଭାଷଣ ପ୍ରଦାନ କରିବେ । ଏହି ସାହିତ୍ୟ  ମହୋତ୍ସବରେ ଓଡିଶାର ଅଗ୍ରଣୀ ସାରସ୍ଵତ ଶିଳ୍ପୀ ଜୟନ୍ତ ମହାପାତ୍ର, ଅମରେଶ ପଟ୍ଟନାୟକ, ଜ୍ୟୋତି ନନ୍ଦ, ଅଧ୍ୟାପକ ବିଶ୍ଵରଞ୍ଜନ, ସୂର୍ଯ୍ୟ ମିଶ୍ର, ମୋହିତ ଚକ୍ରବର୍ତ୍ତୀ, ରବି ସ୍ଵାଇଁ, କେଦାର ମିଶ୍ର, ଆଦିତେଶ୍ଵର ମିଶ୍ର, ଅମରେଶ ବିଶ୍ଵାଳ , ମଦନ ମହାପାତ୍ର, ଗିରିଜା ପ୍ରସାଦ ମିଶ୍ର, ସୁଜିତ ପଣ୍ଡା, ରଞ୍ଜିତା ପଣ୍ଡା, ଶରତ ଆଚାର୍ଯ୍ୟ, ନରେନ୍ଦ୍ର ଭୋଇ,ପ୍ରଦୀପ କହଁର, ବିଦେଶୀ ନାୟକ, ତୀର୍ଥଯାନୀ, ମଧୁସୂଦନ ମହାପାତ୍ର, ହାଡିବନ୍ଧୁ ମହାକୁଡ, ପ୍ରକାଶ ସେନାପତି, ନିରଞ୍ଜନ ନାୟକ, ଚନ୍ଦ୍ରଶେଖର ହୋତା, ବୀରେନ୍ଦ୍ର ଦାଶ , କ୍ଷେତ୍ରବାସୀ ମାନସେଠ, ଯୋଗେଶ୍ଵର ପଣ୍ଡା, ଅନିଲ ପଣ୍ଡା ଏବଂ ଅନ୍ୟମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

 

Leave a Reply