ମଦକୁ ଲୋଭ,ମୁହଁରେ ଲାଜ : ତେଣୁ ଏମିତି ମୁଖା ପିନ୍ଧି କିଣା ହେଉଛି ମଦ
![](https://nandighoshatv.com/wp-content/uploads/2020/05/mukha-1024x576.jpg)
ଦେଶରେ ଲକଡାଉନ୍ ୩.୦ ଲାଗୁ ହେବା ପରେ ସରକାର କିଛି ନିୟମ କୋହଳ କରିଛନ୍ତି । ତେଣୁ ଲକଡାଉନ ୩.୦ରେ ମଦ ବିକ୍ରି ଉପରୁ ପ୍ରତିବନ୍ଧକ ହଟା ଯାଇଛ । ଏବଂ ମଦ ଦୋକାନ ଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ରେଡ୍ ଜୋନ୍, ଅରେଞ୍ଜ ଜୋନ କିମ୍ବା ଗ୍ରୀନ୍ ଜୋନ୍ ହେଉ, ମଦ ସବୁ ଜୋନରେ ବିକ୍ରି ହୋଇପାରିବ ।
ତେଣୁ ମଦ ଦୋକାନରେ ସକାଳୁ ସକାଳୁ ଲୋକମାନଙ୍କ ଲମ୍ବାଲାଇନ୍ । ଗାଇଡଲାଇନ ଅନୁଯାୟୀ, ମଦ ଦୋକାନ ବାହାରେ କେବଳ ପାଞ୍ଚ ଜଣ ଲୋକ ଛିଡ଼ା ହୋଇପାରିବେ। ଏହା ସହିତ ୬ ଫୁଟ ଦୂରତା ଅନୁସରଣ କରିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି । କିନ୍ତୁ ଅନେକ ସ୍ଥାନରେ ସାମାଜିକ ଦୂରତାର ବେଖାତିର କରି ଲୋକେ ଲାଇନରେ ଛିଡ଼ା ହେବାର ଦେଖିବାକୁ ମିଳିଛି ।
ଏହି ସମୟରେ, ଏକ ବିଶେଷ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ଲୋକମାନେ ମାସ୍କ ବ୍ୟତୀତ ହେଲମେଟରେ ମୁହଁ ଲୁଚାଇ ମଦ ଦୋକାନ ସାମ୍ନାରେ ଛିଡ଼ା ହୋଇଛନ୍ତି । କେବଳ ସେତିକି ନୁହେଁ କେହି କେହି ବ୍ୟାଗରେ ମଧ୍ୟ ମୁହଁ ଲୁଚାଇବାର ଦେଖିବାକୁ ମିଳିଛି । ତେବେ ମୁହଁ ଲୁଚାଇବାଟା କେବଳ କରୋନା ପାଇଁ ନୁହେଁ ବରଂ ଏହା ପରିଚୟ ଲୁଚାଇବାରେ ମଧ୍ୟ ସାହାଯ୍ୟ କରିଛି ।
ଫଟୋଟିରେ ଆପଣ ଦେଖିପାରିବେ ଅନେକ ଲୋକ ହେଲମେଟ ପିନ୍ଧି ଲାଇନରେ ଛିଡ଼ା ହୋଇଛନ୍ତି । ଏହି ଚିତ୍ରରୁ ସ୍ପଷ୍ଟ ହେଉଛି ଯେ, ଏମାନେ ହୁଏତ ମଦ କିଣି ଘରେ ଶୀଘ୍ର ପହଞ୍ଚିବାକୁ ଯାଇ ହେଲମେଟ ଓହ୍ଲାଇବାକୁ ଭୁଲିଯାଇଛନ୍ତି, ନହେଲେ ନିଜର ପରଚୟ ଲୁଚାଇବାକୁ ହେଲମେଟର ସାହାରା ନେଉଛନ୍ତି ।
ଗରମ ବି ଅଧିକ କିନ୍ତୁ ମଦ ବି ନବାର ଅଛି । ତେଣୁ ଗରମ ଯେତେ ହେଉ ପଛେ ମଦ ତ ଘରକୁ ନବାର ଅଛି ସେଥିପାଇଁ ଖରାରୁ ବଞ୍ଚିବାକୁ ହେଲମେଟ ସାହାରା ହୋଇଛି ।
ବେଙ୍ଗାଲୁରୁର ଏକ ଦୋକାନ ବାହାରେ ମଦ ଦୋକାନ ସାମ୍ନାରେ ଲମ୍ବା ଲାଇନ । ଏହି ଲୋକମାନେ ହେଲମେଟ ପିନ୍ଧି କ୍ୟାମେରା ଠାରୁ ବଞ୍ଚିବାକୁ ମଧ୍ୟ ଚାହିଁଛନ୍ତି । ବର୍ତ୍ତମାନ ଲୋକଙ୍କ ପାଇଁ ମାସ୍କ ବହୁତ ଉପଯୋଗୀ । ତେଣୁ ଏହା ଏହି ମଦୁଆଙ୍କୁ ଭଲ ଫାଇଦା ମଧ୍ୟ ଦେଇଛି ଯାହାଦ୍ୱାରା ଏହି ମାସ୍କ ପିନ୍ଧିଲାରୁ ତାଙ୍କୁ କେହିବି ଚିହ୍ନି ପାରୁନାହାଁନ୍ତି ।
ତେବେ ଯେଉଁମାନେ ମଦ ପେଟି ନେଇଛନ୍ତି ସେମାନଙ୍କର ଖୁସି ତ କହିଲେ ନ ସରେ । ଲକଡାଉନରେ ମଦ ଦୋକାନ ଖୋଲିବା ପରେ କେତକ ବିକଳିଆଙ୍କ ଖୁସି ତ କାହିଁରେ କଣ । ଯେମିତି ବହୁଦିନ ହେବ ସେମାନେ ଶୋସିଲା ଥିଲେ । ତେବେ ଦୋକାନ ଖୋଲିବା ପରେ ମଦ ଦୋକାନି ସପ୍ତାହକର ଷ୍ଟକ୍ ସଂଗ୍ରହ କରିଦେଇଛନ୍ତି ।