spot_img

Latest Posts

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା: ଆଜି ଦିଲ୍ଲୀ ହାଇକୋର୍ଟରେ କେଜ୍ରିୱାଲଙ୍କ ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଗିରଫକୁ ଚ୍ଯାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ଆଜି ହାଇକୋର୍ଟ କରିବେ ଶୁଣାଣି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ ଓ ରିମାଣ୍ଡରେ ନେବା ଘଟଣାକୁ ବିରୋଧ କରି ହୋଇଥିଲା ମାମଲା।

ପୂର୍ବରୁ ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ କରିଥିଲେ ଶୁଣାଣି। ଗିରଫ ଓ ରିମାଣ୍ଡ ନେଇ ଇଡି ପକ୍ଷ ରଖିବାକୁ କହିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଇଡି ହାଇକୋର୍ଟରେ ଗିରଫ ନେଇ ପକ୍ଷ ରଖିଥିଲା। ଏଥିରେ କେଜ୍ରିୱାଲଙ୍କ ଗିରଫକୁ ସଠିକ ଦର୍ଶାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଇଡି ପକ୍ଷ ଅନୁସାରେ ମାମଲାରେ ଟ୍ରାଏଲ କୋର୍ଟ ଜାରି କରିଥିବା ସମସ୍ତ ଆଦେଶ ଉଚିତ ରହିଛି। ଏହାହସହ ଗିରଫ ନେଇ ଅର୍ଥ ହେରଫେର ଆଇନର ସଠିକ ଅନୁପାଳନ କରାଯାଇଥିବା ଇଡି ଦର୍ଶାଇଛି । କେଜ୍ରିୱାଲଙ୍କ ଏହି ମଦ ମାମଲାରେ ସମ୍ପୃକ୍ତି ରହିଥିବା କହିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। କିଛି ବ୍ଯକ୍ତିଙ୍କୁ ଲାଭ ପହଞ୍ଚାଇବାକୁ ଲାଗି ୨୦୨୧-୨୨ ଅବକାରୀ ନୀତି ପ୍ରସ୍ତୁତ ହୋଇଥିଲା। ନୀତିରେ ବ୍ୟବସାୟୀଙ୍କୁ ଲାଭ ଦେବା ସହ ଲାଞ୍ଚ କାରବାର ହୋଇଥିବା କହିଛି ଇଡି। ସାଉଥ ଗ୍ରୁପକୁ ଲାଭ ପହଞ୍ଚାଇବା ଲାଗି ଏହି ନୀତି ପ୍ରଣୟନ କରାଯାଇଥିବା କହିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

Latest Posts

Don't Miss