କରୋନାରେ ସିଂହିର ମୃତ୍ୟୁ, ୮ ସିଂହ ପଜିଟିଭ୍‌

ଚେନ୍ନାଇ: ନିରୀହ ଜନ୍ତୁଙ୍କ ଉପରେ କରୋନାର ନଜର  । ମହାମାରୀ କରୋନା କବଳରୁ ବାଦ୍‌ ପଡ଼ି ନାହାଁନ୍ତି ଏମାନେ । ଗୋଟଏ ପଟେ ପ୍ରାଣୀ ସଂରକ୍ଷଣକୁ ନେଇ ପ୍ରଶାସନ ଅଧିକ ସଜାଗ ରହୁଥିବା ବେଳେ ଅନ୍ୟପଟେ  କରୋନା ଭୂତାଣୁ ଏମାନଙ୍କୁ କବଜା କରିଛି  ।

। ଚେନ୍ନାଇର ଏକ ଚିଡ଼ିଆଖାନାରେ କରୋନାରେ ଆକ୍ରାନ୍ତ ହୋଇ  ଏକ ସିଂହିର ମୃତ୍ୟୁ ହୋଇଥିବା ବେଳେ ଆଉ ୮ ସିଂହ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ ସଜାଗ ହୋଇଛନ୍ତି ଚିଡ଼ିଆଖାନା କର୍ତ୍ତୃପକ୍ଷ । ଜୁ’ରେ କରୋନା ପ୍ରେଟୋକଲ ହିସାବରେ ଜୀବଜନ୍ତୁଙ୍କୁ ନିରୀକ୍ଷଣରେ ରଖାଯାଇଛି ।

ଆନ୍ନା ଆରିଗନଗର ଆନ୍ନା ଜୁଲୋଜିକାଲ ପାର୍କର କହିବା ହେଉଛି ଗତ ୨୬ ମଇରେ ୫ଟି ସିଂହଙ୍କ ଶରୀର ଅସୁସ୍ଥ ହୋଇପଡ଼ିଥିଲା । ଏହା ସହିତ କଫ ଭଳି ସମସ୍ୟା ଏମାନଙ୍କ ନିକଟରେ ଦେଖିବାକୁ ମିଳିଥିଲା । ଏହାପରେ ପ୍ରତ୍ୟେକଙ୍କ ନମୁନା ନେଇ ପରୀକ୍ଷଣ କରାଯାଇଥିଲା । ପରୀକ୍ଷଣ ପରେ ୯ଟି ସିଂହ ପଜିଟିଭ୍‌ ହୋଇଥିବା ଜଣାପଡ଼ିଲା ।  ୩ ଜୁନ ସଂନ୍ଧ୍ୟା ୬ଟା ୧୫ରେ  ୯ ବର୍ଷୀୟ ସିଂହି ନୀଲାର ମୃତ୍ୟୁ ହୋଇଛି ।

ଅନ୍ୟପଟେ କୋଏମ୍ବାଟୁର ଓ ନୀଳଗିରି ଅଞ୍ଚଳରେ କ୍ୟାମ୍ପ କରାଯାଇ ୫୬ ହାତୀଙ୍କ ନମୁନା ସଂଗ୍ରହ କରାଯାଇଛି । ହାତୀ ପାଳକ ଓ ତାଙ୍କ ପରିବାର ସଦସ୍ୟଙ୍କ କରୋନା ଟେଷ୍ଟ କରାଯିବା ସହ ଟିକା ଦିଆଯିବା ବ୍ୟବସ୍ଥା କରାଯାଇଛି । ଜଙ୍ଗଲ ବିଭାଗ ମନ୍ତ୍ରୀ କେ ରାମଚନ୍ଦ୍ରନ ଏହି ଟେଷ୍ଟିଂ ଡ୍ରାଇଭର ତଦାରଖ କରୁଛନ୍ତି । ସେପଟେ ମୃତ ସିଂହିର କରୋନାରେ ମୃତ୍ୟୁ ହୋଇଥିବା ନେଇ ଆସିଥିବା ରିପୋର୍ଟକୁ ଭୁଲ୍ ବୋଲି କହିଛନ୍ତି ଚିଡ଼ିଆଖାନା କର୍ତ୍ତୃପକ୍ଷ । ସତ୍ୟତା ଜାଣିବା ପାଇଁ ହାଇଦ୍ରାବାଦ ଓ ବରେଲୀସ୍ଥିତ ଲ୍ୟାବକୁ ନମୁନା  ପଠାଯାଇଛି ।

Leave a Reply