ଖବର ବାଜିଲା, ASI ସିଂହମୂର୍ତ୍ତିକୁ ଅଫିସକୁ ନେଲା

1 min read

ଭୁବନେଶ୍ୱର: ପୁରୀ ଏମାର ମଠରେ ମିଳିଥିବା ସିଂହମୂର୍ତ୍ତି ସରଂକ୍ଷଣ ନେଇ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣପରେ ଭାରତୀୟ ପ୍ରତ୍ନତତ୍ତ୍ବ ତ୍ସର୍ବେକ୍ଷଣ ସଂସ୍ଥା ବା ଏଏସଆଇ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ସିଂହମୂର୍ତ୍ତିକୁ ଏମାର ମଠରୁ ଏଏସଆଇର ପୁରୀ ଅଫିସକୁ ସ୍ଥାନାନ୍ତର କରାଯାଇଛି । ସିଂହମୂର୍ତ୍ତିକୁ ବଳିଆ ପଣ୍ଡାସ୍ଥିତ ଏଏସଆଇ ଅଫିସକୁ ସ୍ଥାନାନ୍ତର କରାଯାଇଛି । ଏପରିକି ଏହି ସ୍ଥାନାନ୍ତର ବେଳେ ASI କର୍ତ୍ତୃପକ୍ଷଙ୍କୁ ବିରୋଧକୁ ସାମ୍ନା କରିବାକୁ ପଡିଥିଲା । ଅନ୍ୟପଟେ ଏସଆଇ ଅଧୀକ୍ଷକ ଅରୁଣ ମଲ୍ଲିକଙ୍କ ନାଁରେ ଆଜି ସିଂହଦ୍ୱାର ଥାନାରେ ଭଏସ ଅଫ କମନ ମ୍ୟାନ ଅନୁଷ୍ଠାନ ଏତଲା ଦେଇଛି ।

ନିଜ କର୍ତ୍ତବ୍ୟ ସେ ଠିକ ଭାବେ ତୁଲାଇ ନଥିବା ଓ ବିଭ୍ରାନ୍ତିକର ତଥ୍ୟ ଦେଉଥିବାରୁ ପରିକ୍ରମା ପ୍ରକଳ୍ପ କାମ ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି । ଏଥିପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।ଏମାର ମଠର ଭଗ୍ନାବଶେଷ ଏହି ସିଂହମୂର୍ତ୍ତିକୁ ନେଇ ଦୁଇଦିନ ହେଲା ଲାଗି ରହିଥିଲା ବିବାଦ । ମାସେ ପୂର୍ବରୁ ଜାଣି ବି ତାକୁ ସଂରକ୍ଷଣ ନକରି ଚୁପ୍ ବସିଥିଲା ASI । ଗଣମାଧ୍ୟମରେ ରିପୋର୍ଟ ଆସିବା ପରେ ASI ନିଜ ଦୋଷ ଲୁଚାଇବାକୁ ମିଡିଆରେ ଦେଇଥିଲା ବିଭ୍ରାନ୍ତିକର ତଥ୍ୟ ।