ପଦାରେ ପଡ଼ିବ ଦୁର୍ନୀତିଖୋରଙ୍କ ଚେହେରା, ଆଧାର ସହ ପାନ୍ ଲିଙ୍କ୍‌ ବାଧ୍ୟତାମୂଳକ କଲେ ସରକାର

adhar Card Pancard

ନୂଆଦିଲ୍ଲୀ: ଆଧାର କାର୍ଡ ସହ ପାନ୍ କାର୍ଡ ଲିଙ୍କ୍‌ କରିଛନ୍ତି ତ ? ଭୁଲିଯାଇଥିଲେ ଦେବାକୁ ପଡିବ ଜୋରିମାନା । ଆଧାର ସହ ପାନ୍ କାର୍ଡକୁ ଲିଙ୍କ କରିବା ପାଇଁ ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ସରକାର । ଲିଙ୍କ କରାନଗଲେ ଦେବାକୁ ହେବ ଏକ ହଜାର ଟଙ୍କା ଜରିମାନା । ୨୦୨୧ ଅର୍ଥ ବିଲ୍‌ ସଂଶୋଧନରେ ଏହି ବ୍ୟବସ୍ଥା ଆଣିଛନ୍ତି କେନ୍ଦ୍ର ସରକାର । ଏଭଳି ପ୍ରକ୍ରିୟା ଆରମ୍ଭ ହେବା ପରେ ଟିକସ ଫାଙ୍କୁଥିବା ବ୍ୟକ୍ତି ସଜାଗ ହୋଇଯିବେ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ମାର୍ଚ୍ଚ ୩୧ ସୁଦ୍ଧା ଏହି ପ୍ରକ୍ରିୟା ସାରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ରହିଛି । ଅବହେଳା କଲେ ଅକାମି ହୋଇଯାଇପାରେ ଉଭୟ କାର୍ଡ । ପୂର୍ବରୁ ଏନେଇ କେନ୍ଦ୍ର ସରକାର ବାରମ୍ବାର ବିଜ୍ଞପ୍ତି ପ୍ରକାଶ କରିଥିଲେ ବି ଏହାର ପ୍ରଭାବ ଦେଖିବାକୁ ମିଳିନାହିଁ । କିନ୍ତୁ ଏଣିକି ଉଭୟ କାର୍ଡ ଲିଙ୍କ ନହେଲେ ଦେବାକୁ ପଡିବ ଏକ ହଜାର ଟଙ୍କା ଜୋରିମାନା । ଆଧାର ସହ ପାନ୍ କାର୍ଡ ଲିଙ୍କ ନହେଲେ ଆଗାମୀ ଦିନରେ ବହୁ ସମସ୍ୟା ଭୋଗିବାକୁ ପଡିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ଜମି କିଣା ବିକା ସହ ମ୍ୟୁଚୁଆଲ ଫଣ୍ଡରେ ଟଙ୍କା ନିବେଶ କରିବା ସମ୍ଭବ ହେବ ନାହିଁ ବୋଲି ଅର୍ଥନୀତି ବିଶେଷଜ୍ଞ କହିଛନ୍ତି ।

ବର୍ତ୍ତମାନ ସମୟରେ ଅନେକ ବ୍ୟକ୍ତି ଆଧାର କାର୍ଡ ଜରିଆରେ ସରକାରୀ ସୁବିଧା ପାଉଛନ୍ତି । ପାନ୍ କାର୍ଡ ଲିଙ୍କ ନଥିବାରୁ ସେମାନଙ୍କର ଅର୍ଥନୀତିର ସଂପୂର୍ଣ୍ଣ କାରବାର ଅଦୃଶ୍ୟ ହୋଇ ରହୁଛି । କିନ୍ତୁ ଆଧାର କାର୍ଡ ସହ ପାନ୍ କାର୍ଡ ଲିଙ୍କ ହେଲେ ଟଙ୍କା କାରବାରର ସବୁ ତଥ୍ୟ ସାମ୍ନାକୁ ଆସିଯିବ । ଆୟକର ଟିକସ ଫାଙ୍କୁଥିବା ବ୍ୟକ୍ତିଙ୍କ ପତ୍ତା ଲଗାଇବ ଏହି ବ୍ୟବସ୍ଥା । ଆଧାର କାର୍ଡ ସହ ପାନ୍ କାର୍ଡ ଲିଙ୍କ ନହେଲେ ଆଗାମୀ ଦିନରେ ତାହା ଅକାମି ହେବାର ଅନେକ ସମ୍ଭାବନା ଥିବା କହିଛନ୍ତି ବିଶେଷଜ୍ଞ ।

Leave a Reply