ଲିଙ୍ଗିପୁର ଏଟିଏମ ଲୁଟ୍ ଘଟଣା, ୨ ଲୁଟେରାଙ୍କୁ ନେଇ କ୍ରାଇମସିନ୍ ରିକ୍ରିଏସନ କଲା ପୋଲିସ
ଭୁବନେଶ୍ୱର: ଭୁବନେଶ୍ବର ଲିଙ୍ଗିପୁର ଏଟିଏମ ଲୁଟ୍ ଘଟଣାରେ କ୍ରାଇମ୍ ସିନ୍ ରିକ୍ରିଏଟ କରିଛି ପୋଲିସ । ୨ ଲୁଟେରାଙ୍କୁ ନେଇ ଲୁଟର ଡେମୋ କରିଛି ପୋଲିସ । ଏଟିଏମ୍ ସ୍ଥଳ, ଶିଶୁଭବନ, ଲିଙ୍ଗିପୁର ପେଟ୍ରୋଲ ପମ୍ପ, ଦୟାନଦୀ କୂଳକୁ ନେଇ ଡେମୋ କରିଛି ପୋଲିସ । ଏଟିଏମ୍ ଭାଙ୍ଗିଥିବା ସ୍ଥାନରୁ ଶାବଳ, ହାମର, ସ୍କ୍ରୁ ଡାଇଭର ମିଳିଛି । ଏହି ମାମଲାରେ ୨ ଲୁଟେରାଙ୍କଠାରୁ ଅଧିକ ତଥ୍ୟ ହାସଲ ପାଇଁ 7 ଦିନ ରିମାଣ୍ଡ ଆବେଦନ କରିବ ପୋଲିସ ।
ଗତକାଲି ୨ ଅନ୍ତର୍ଜାତୀୟ ଲୁଟେରାଙ୍କୁ ଗିରଫ କରିଥିଲା ପୋଲିସ । ଟଙ୍କା ଲୁଟ କରି କୋରିୟରରେ ବାଂଲାଦେଶ ପଠାଉଥିଲେ ଏହି ଲୁଟେରା । ଏଟିଏମ ଲୁଟ କରି ଭୁବନେଶ୍ବରରୁ ବସ୍ ଯୋଗେ ବିଶାଖାପାଟନମ୍ ଦେଇ ବାଙ୍ଗାଲୋର ଖସି ପଳାଇଥିଲେ ଏହି ଲୁଟେରାମାନେ । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ବେଳେ ଲୁଟ୍ ପଛରେ ଅଣ ଓଡିଆ ଲୁଟେରା ଥିବା ସନ୍ଦେହ କରିଥିଲା ପୋଲିସ । ଏହି ଗ୍ୟାଙ୍ଗ ବାଙ୍ଗାଲୋରର ଏକ ଏଟିଏମକୁ ଟାର୍ଗେଟ କରୁଥିବା ବେଳେ ମାଡ଼ି ବସିଥିଲା ପୋଲିସ । କମିଶନରେଟ୍ ପୋଲିସର ମିଶନ ଅମ୍ପସିବଲ ହୋଇଛି ପସିବୁଲ । ଘଟଣାରେ ସମ୍ପୃକ୍ତ ଆଉ ୪ ଜଣଙ୍କୁ ଖୁବଶୀଘ୍ର ଧରିବ ବୋଲି ପୋଲିସ କହିଛି ।