ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିରୋଧ କଲେ ଲିଙ୍ଗରାଜ ମନ୍ଦିର ସେବାୟତ

ଭୁବନେଶ୍ବର: ବିରୋଧ । ପୁଣିଥରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କଲେ ଲିଙ୍ଗରାଜ ମନ୍ଦିର ସେବାୟତ । ଲିଙ୍ଗରାଜ ମନ୍ଦିର ଉନ୍ନୟନ ପାଇଁ ଉଦିଷ୍ଟ ଆଇନକୁ ସାଂସଦ ବିରୋଧ କରୁଥିବା ଅଭିଯୋଗ କରି ସେବାୟତମାନେ ପ୍ରତିବାଦ କରିଛନ୍ତି। ସେବାୟତଙ୍କ ପ୍ରଶ୍ନରେ ଘାଇଲା ହୋଇଥିଲେ ସାଂସଦ । ତେବେ ସାଂସଦଙ୍କ ସହଯୋଗୀମାନେ ସେବାୟତଙ୍କୁ ଧକ୍କା ମାରିଥିବା ଅଭିଯୋଗ ହୋଇଛି । ଶିବରାତ୍ରୀ ବେଳେ ସାଂସଦଙ୍କ ଦେଖା ମିଳିନଥିବାବେଳେ ଏବେ କାହିଁକି ଆସୁଛ ବୋଲି କରିଥିଲେ ପ୍ରଶ୍ନ । ଏହାସହ ଲିଙ୍ଗରାଜ ମନ୍ଦିର ପାଇଁ କଣ କରିଛ ବୋଲି ପ୍ରଶ୍ନ କରିଥିଲେ ସେବାୟତ । ତେବେ ଏହା ପ୍ରଥମଥର ନୁହେଁ ଏହା ପୂର୍ବରୁ ମଧ୍ୟ ଲିଙ୍ଗରାଜ ମନ୍ଦିର ସେବାୟତମାନେ ଅପରାଜିତାଙ୍କୁ ବିରୋଧ କରିଥିଲେ । ଏହାସହ ନିଜ ସଂସଦୀୟ କ୍ଷେତ୍ରର ବିଭିନ୍ନ ସ୍ଥାନରେ ତାଙ୍କ ବିରୋଧରେ ପ୍ରତିବାଦର ସ୍ବର ଉଠିଥିବା ପ୍ରତିଦିନ ନଜରକୁ ଆସୁଛି ।