ଶୀତଳଷଷ୍ଠୀ ଭଳି ଦିନରେ ବନ୍ଦ ରହିଛି ଲିଙ୍ଗରାଜ ମହାପ୍ରଭୁଙ୍କ ନିତିକାନ୍ତି

ନନ୍ଦିଘୋଷ ବ୍ୟୁରୋ: ବନ୍ଦ ହେଲା ଲିଙ୍ଗରାଜ ମହାପ୍ରଭୁଙ୍କ ନିତିକାନ୍ତି। ଶୀତଳଷଷ୍ଠୀ ଭଳି ଦିନରେ ନିତିକାନ୍ତି ବନ୍ଦ ରହିଛି। ଅବକାଶ ପରେ ମଙ୍ଗଳ ଆଳତୀ ନକରି ସିଧା ସାହାଣମେଲା ଦର୍ଶନ କରିବାରୁ ବଡୁ ନିଯୋଗ ଓ ପୂଜାପଣ୍ଡାଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଏହାକୁ ନେଇ ନୀତିକାନ୍ତି ବନ୍ଦ ରହିଛି। ମନ୍ଦିରରେ ନୀତି ବନ୍ଦ ଯୋଗୁଁ କେଦାରଗୌରୀ ମନ୍ଦିରରେ ଥିବା ପ୍ରଭୁ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମାଙ୍କ ମଧ୍ୟ ନୀତି ବନ୍ଦ ରହିଛି। ଗତକାଲି ମଧ୍ୟରାତ୍ରୀରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଓ ମା ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ବର ବେଶରେ ସଜେଇ ହୋଇ ବିରାଟ ଶୋଭାଯାତ୍ରାରେ ଲିଙ୍ଗରାଜ ମହାପ୍ରଭୁ ମା’ ପାର୍ବତୀଙ୍କ କେଦାର ଗୌରୀ ମନ୍ଦିରରେ ପହଞ୍ଚିଥିଲେ ।