ଏକାମ୍ର କ୍ଷେତ୍ର ପ୍ରକଳ୍ପକୁ ବିରୋଧ, ବିରୋଧିଙ୍କ ଉଦ୍ଦେଶ୍ୟକୁ ସେବାୟତଙ୍କ ନିନ୍ଦା

ଭୁବନେଶ୍ୱର: ପୁରୀ ଐତିହ୍ୟ ପ୍ରକଳ୍ପ ପରି ଏକାମ୍ର କ୍ଷେତ୍ର ପ୍ରକଳ୍ପକୁ ମଧ୍ୟ ବିରୋଧ କରାଯାଉଛି । ଯାହାକୁ ନେଇ ଶ୍ରୀଲଙ୍ଗରାଜ ସେବାୟତମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏକାମ୍ରକ୍ଷେତ୍ର ଭୁବନେଶ୍ୱର ସାରା ଦେଶରେ ଏକ ପ୍ରମୁଖ ଶୈବ ପୀଠ । ବିଭିନ୍ନ ପୁରାଣରେ ଭୁବନେଶ୍ୱରକୁ ଦ୍ୱିତୀୟ କାଶୀ ଭାବେ ବର୍ଣ୍ଣନା କରାଯାଇଛି । ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ପ୍ରତିଦିନ ସାରା ଦେଶରୁ ହଜାର ହଜାର ଭକ୍ତ ଏକାମ୍ର କ୍ଷେତ୍ରକୁ ଆସିଥାନ୍ତି ।

ମନ୍ଦିର ନଗରୀ ଭାବରେ ପ୍ରସିଦ୍ଧ ଏକାମ୍ରକ୍ଷେତ୍ର ଭୁବନେଶ୍ୱରରେ ଅନେକ ପ୍ରାଚୀନ କୀର୍ତ୍ତିରାଜିରେ ସୁଶୋଭିତ । ଏକାଦଶ ଶତାଦ୍ଦୀରେ କଳିଙ୍ଗ ଶୈଳୀରେ ନିର୍ମିତ ଶ୍ରୀ ଲିଙ୍ଗରାଜ ମନ୍ଦିର ଉତ୍କଳୀୟ ଶିଳ୍ପ କଳାର ଅନ୍ୟତମ ଶ୍ରେଷ୍ଠ ନିଦର୍ଶନ ଏବଂ ଓଡିଆ ଜାତିର ଅମୂଲ୍ୟ ସଂପଦ । ହଜାରେ ବର୍ଷର ପୁରୁଣା ଲିଙ୍ଗରାଜ ମନ୍ଦିର ଲକ୍ଷ ଲକ୍ଷ ଶିବ ଭକ୍ତ ମାନଙ୍କର ଶ୍ରଦ୍ଧା ଓ ବିଶ୍ୱାସର ପ୍ରତୀକ । ଏହାକୁ ସୁରକ୍ଷା ସହିତ ଭବିଷ୍ୟତ ପୀଢି ପାଇଁ ଏହାର ଉପଯୁକ୍ତ ସଂରକ୍ଷଣ ନିମନ୍ତେ ରାଜ୍ୟ ସରକାର ଏକାମ୍ର କ୍ଷେତ୍ର ପ୍ରକଳ୍ପର ପରିକଳ୍ପନା କରିଛନ୍ତି ।

AMSAR Act Different For Lingaraj Temple And Kashi Biswanath Development

ଏହି ଗୌରବମୟ ଐତିହ୍ୟର ଉପଯୁକ୍ତ ସଂରକ୍ଷଣ ପାଇଁ ରାଜ୍ୟ ସରକାର ୬୬ ଏକର ପରିବ୍ୟାପ୍ତ ଅଞ୍ଚଳରେ ଏହି ଯୋଜନା ଆରମ୍ଭ କରିଛନ୍ତି । ଏଥିରେ ସୁଦୃଶ୍ୟ ପ୍ରବେଶ ପଥ ସହ ବିନ୍ଦୁସାଗର ପୁନରୁଦ୍ଧାର ଯୋଜନାରେ ବିଭିନ୍ନ ଐତିହ୍ୟ ପୁଷ୍କରିଣୀର ପୁନଃରୁଦ୍ଧାର, ଅତ୍ୟାଧୁନିକ ପାର୍କିଂ, କେଦାରଗୌରୀ ଓ ମୁକ୍ତେଶ୍ୱର ପରିସରର ବିକାଶ କରାଯିବ । ଏଥିସହିତ ଐତିହ୍ୟ ବ୍ୟାଖ୍ୟାନ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯାଉଛି । କିନ୍ତୁ ଲିଙ୍ଗରାଜ କ୍ଷେତ୍ରର ରୂପାନ୍ତରଣକୁ ବିରୋଧୀ କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ବିରୋଧ କରୁଥିବା କହିଛନ୍ତି ସେବାୟତ  ।