spot_img

Latest Posts

ସେବାୟତ ସଂକ୍ରମିତ, ବନ୍ଦ ରହିବ ଶ୍ରୀଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର: କୋଭିଡ ସଂକ୍ରମିତ ବଢିବାରୁ ବନ୍ଦ ରହିବ ଶ୍ରୀଲିଙ୍ଗରାଜ ମନ୍ଦିର । ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ପୁଣି ଥରେ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବିଏମସି । ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଉପରେ ରୋକ ଲଗାଯାଇଛି । କିନ୍ତୁ ମନ୍ଦିର ଭିତର ପୂର୍ବପରି ନୀତିକାନ୍ତି ଜାରି ରହିବ । ନୀତିକାନ୍ତିରେ କୈଣସି ପରିବର୍ତ୍ତନ କରାଯିବ ନାହିଁ । ସେହିପରି ସେବାୟତ ମାନେ ନୀତିକାନ୍ତି ସମ୍ପାଦନ କରିବେ । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି ଜାରି ରହିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

ସୂଚନା ମୁତାବକ ମନ୍ଦିରର 4ଜଣ ସେବାୟତ କୋରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଏହି ନିଷ୍ପତି ନିଆଯାଇଛି। ଅଧିକ ସଂକ୍ରମଣ ରୋକିବା ପାଇଁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମନ୍ଦିର ଭିତରକୁ ଜନସାଧାରଣ ପ୍ରବେଶ ତଥା ଦର୍ଶନକୁ ବାରଣ କରିଛି ଭୁବନେଶ୍ୱର ମହାନଗର ନିଗମ।

ଏହାସହ ରୁକୁଣା ରଥଯାତ୍ରା ପୂର୍ବ ନିଷ୍ପତ୍ତି ଓ ନିର୍ଦ୍ଦେଶ ମୁତାବକ ହେବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ରୁକୁଣା ରଥଯାତ୍ରାରେ ସାମିଲ ହେବାକୁ ଥିବା ବିଭିନ୍ନ ସେବାୟତଙ୍କର ଗତକାଲି ହୋଇଥିଲା ଟେଷ୍ଟିଂ। ଆଜି ମଧ୍ୟ କିଛି ସେବାୟତଙ୍କ ଟେଷ୍ଟିଂ କରାଯାଇଛି।ସେମାନଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି।

Latest Posts

Don't Miss