ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହର ଆଦ୍ୟ ପର୍ବ ବା ମଙ୍ଗନ ପର୍ବ

ନନ୍ଦିଘୋଷ ବ୍ୟୁରୋ: ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହର ଆଦ୍ୟ ପର୍ବ ବା ମଙ୍ଗନ ପର୍ବ । ଆସନ୍ତାକାଲି ବିବାହ ବନ୍ଧନରେ ବାନ୍ଧି ହେବେ ହରଗୈାରୀ । ଆଜି ସନ୍ଧ୍ୟାଧୂପ ପରେ ମଙ୍ଗଳକୃତ୍ୟର ସମସ୍ତ ନୀତି ଆରମ୍ଭ ହୋଇଛି । ଆଜି ଠାରୁ ୩୧ ତାରିଖ ରାତି ପର୍ଯ୍ୟନ୍ତ ମନ୍ଦିର ପ୍ରଶାସନ ନୀତି ନୀତି ନିର୍ଘଣ୍ଟ କରିଛି । ମନ୍ଦିର ପ୍ରଶାସନ ତରଫରୁ ବିବାହ ଉତ୍ସବ ପାଇଁ ୫ ହଜାର ବରଯାତ୍ରୀଙ୍କ ନିମନ୍ତେ ପ୍ରସାଦର ବ୍ୟବସ୍ଥା ରହିଥିବା ବେଳେ ମନ୍ଦିର ଠାରୁ କେଦାର ଗୋରୀ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ଵ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଛି । ସେହିପରି ଶନିବାର ଶୀତଳଷଷ୍ଠୀ ଅବସରରେ ଗୌରୀଙ୍କ ପୀଠରେ ପ୍ରାୟ ୧୦,୦୦୦ ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଛି । ସମସ୍ତେ ପ୍ରସାଦ ସେବନ କରି ମହାପ୍ରଭୁ ଲିଙ୍ଗରାଜ ଓ ମାତା ପାର୍ବତୀ ବିବାହ ପରେ ଲିଙ୍ଗରାଜ ମନ୍ଦିର ପ୍ରତ୍ୟାବର୍ତଣ କରିବେ ବୋଲି ସେବାୟତ ସୂଚନା ଦେଇ କହିଛନ୍ତି ।