ଲିମ୍‌କା ବୁକ୍‌ରେ ଝାରସୁଗୁଡ଼ାର ସାଇକେଲ୍‌ ମ୍ୟାନ୍‌

ଝାରସୁଗୁଡ଼ା: ପ୍ରକୃତିକୁ ଭଲ ପାଉଛନ୍ତି ଓ ପାହାଡ଼ ପର୍ବତ ସହିତ ବନ୍ଧୁତା କରିଛନ୍ତି । ସାଇକେଲରେ ଶହ ଶହ କିଲୋମିଟର ଅତିକ୍ରମ କରି ପରିବେଶ ପ୍ରଦୂଷଣ ରୋକିବାର ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି । ଝାରସୁଗୁଡ଼ା ଜିଲ୍ଲାର ସାଇକେଲ ମ୍ୟାନ । ସାଇକେଲରେ କ୍ୟାରିୟର ଗଢିବା ସହିତ ଯୁବ ବର୍ଗଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ।

ପରିବେଶ ସହିତ ବନ୍ଧୁତା । ଦୀର୍ଘ ୧୮ ବର୍ଷ ହେଲା ପ୍ରକୃତି ପ୍ରେମରେ ନିଜକୁ କରିଛନ୍ତି ଉତ୍ସର୍ଗୀକୃତ । ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଲମଟିବାହଲର ସାଇକେଲ ମ୍ୟାନ୍ ଭାବେ ପରିଚିତ ମିତ୍ରଭାନୁ ନାଏକ । ପ୍ରଦୂଷଣ ରୋକିବା ପାଇଁ ସାଇକେଲକୁ କରିଛନ୍ତି ସାଥି । ସାଇକେଲରେ କେଦାରନାଥ, ଧରୁଆତ୍ତପ ଆଦି ସ୍ଥାନକୁ ଯାତ୍ରା କରିବା ସହିତ ପରିବେଶ ପ୍ରଦୂଷଣ ରୋକିବାର ସଚେତନା ବାର୍ତ୍ତା ବାଣ୍ଟୁଛନ୍ତି ।

୨୦୦୯ ମସିହାରେ ମନାଲିରୁ ଖରଦ୍ରୁମ ୬୦୦ କିଲୋମିଟର ସାଇକେଲରେ ଅତିକ୍ରମ କରିଥିଲେ ମିତ୍ରଭାନୁ ଏବଂ ତାଙ୍କ ସାଥି । ଏଥିପାଇଁ ତାଙ୍କୁ ଲିମଙ୍କାବୁକ୍ ଅଫ ରେକର୍ଡରେ ସ୍ଥାନ ମିଳିଛି । ଖାଲି ଏତିକି ନୁହେଁ ସାଇକେଲ ଲମ୍ବା ରାସ୍ତା ଅତିକ୍ରମ ପାଇଁ ଯୁବ ପୀଢିଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ମିତ୍ରଭାନୁଙ୍କ ଏଭଳି କାର୍ଯ୍ୟ ପାଇଁ ଅଞ୍ଚଳବାସୀ ଖୁବ୍ ପ୍ରଶଂସା କରିଛନ୍ତି ।

ବର୍ତ୍ତମାନ ଯୁଗରେ ବାଇକ୍ ଓ କାର ପ୍ରତି ଯୁବପିଢୀ ଆକୃଷ୍ଟ ହେଉଥିବା ବେଳେ ସାଇକେଲ ଚଳାଇଲେ ଦେହ ସୁସ୍ଥ ରହିବା ସହିତ ପରବେଶ ପ୍ରଦୂଷଣ ହେବାରୁ ବଞ୍ଚିତ ହେବ ବୋଲି ମିତ୍ରଭାନୁ କହିଛନ୍ତି ।

Leave a Reply