ଅଯୋଧ୍ୟା ଭଳି କାଶୀ ଜ୍ଞାନବ୍ୟାପୀ ମସଜିଦ୍ ଖୋଳିବ ଏଏସ୍ଆଇ

1 min read
Like Ayodhya ASI Will Now Excavate Gyanvapi Mosque Court Order

ବାରଣାସୀ: କାଶୀ ବିଶ୍ୱନାଥ ଜ୍ଞାନବ୍ୟାପୀ ମସଜିଦ୍ ସ୍ଥାନରେ ଥିଲା ମନ୍ଦିର ? ଏନେଇ ହେଉଥିବା ଦାବିର ଯାଞ୍ଚ କରିବ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ (ASI) । ବାରଣାସୀ ସିଭିଲ୍ ଜଜ୍ ସିନିୟର ଡିଭିଜନ୍ ଫାଷ୍ଟ ଟ୍ରାକ୍ କୋର୍ଟ ବିବାଦୀୟ ଜ୍ଞାନବ୍ୟାପୀ ପରିସରର ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଅଯୋଧ୍ୟା ଭଳି ଜ୍ଞାନବ୍ୟାପୀ ମସିଜଦ୍ ଖଳି ହିନ୍ଦୁ ମନ୍ଦିରର ପ୍ରମାଣ ଖୋଜିବ ଏଏସ୍ଆଇ ।

ପ୍ରାଚୀନ ମୂର୍ତ୍ତି ସ୍ୱୟମ୍ଭୁ ଆଦି ବିଶେଶ୍ୱର ପକ୍ଷର ଓକିଲ ବିଜୟ ଶଙ୍କର ରସ୍ତୋଗି କହିଛନ୍ତି- କୋର୍ଟ କେନ୍ଦ୍ର ସରକାର ଓ ୟୁପି ସରକାରଙ୍କୁ ଚିଠି ଜରିଆରେ ଏହି ମାମଲାରେ ପ୍ରତ୍ନତତ୍ତ୍ୱ ବିଭାଗ ୫ ଜଣିଆ ଟିମ୍ ଗଠନ କରି ସମ୍ପୂର୍ଣ୍ଣ ପରିସରରେ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ପାଇଁ ଆଦେଶ ଦେଇଛନ୍ତି ।

୨ ଏପ୍ରିଲରେ ଏହି ମାମଲାକୁ ନେଇ କୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟକୁ ସଂରକ୍ଷିତ ରଖିଥିଲେ । କାଶୀ ବିଶ୍ୱନାଥ ମନ୍ଦିର ପକ୍ଷ ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନ ପାଇଁ ଦାବି କରିଥିବା ବେଳେ ଜ୍ଞାନବ୍ୟାପୀ ମସଜିଦ୍ ପକ୍ଷ ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନକୁ ଆପତ୍ତି ଉଠାଇଥିଲେ ।

Leave a Reply