କାଳବୈଶାଖୀ ବଜ୍ରାଘାତ ନେଲା ୩ ଜୀବନ

ନୟାଗଡ଼: କାଳବୈଶାଖୀ ବଜ୍ରାଘାତ ନେଲା ୩ ଜୀବନ । ନୟାଗଡ଼ ଜିଲ୍ଲା ଶରଣଥାନା ଅଞ୍ଚଳର ୩ଟି ଗାଁରେ ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଶରଣକୁଳ ଥାନା ଜାକେଡ଼ା ଗାଁର ୫୦ ବର୍ଷୀୟ ପଦ୍ମା ପ୍ରଧାନ, ମହୁଲିଆ ଗାଁର ୧୮ ବର୍ଷୀୟ ଜିତେନ୍ଦ୍ର ଦୋରା ଏବଂ ଭାଲିଆଡ଼ିହି ଗାଁର ୬୦ ବର୍ଷୀୟ ଧନେଶ୍ୱର ପରିଡ଼ା । ପଦ୍ମା ପ୍ରଧାନ ବିଲକୁ ଯାଇଥିବା ବେଳେ ବଜ୍ରାଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି । ସେହିଭଳି ଜିତେନ୍ଦ୍ର ଦୋରା ଆମ୍ବ ଗୋଟାଇବାକୁ ଯାଇ ମୃତ୍ୟୁ ମୁଖରେ ପଡ଼ିଛନ୍ତି । ଧନେଶ୍ୱର ପରିଡ଼ା ଗାଇ ଚରାଇବାକୁ ଯାଇ ବଜ୍ରାଘାତର ଶିକାର ହୋଇଛନ୍ତି ।