ଆକାଶରୁ ଖସିଲା ମୃତ୍ୟୁ, ବଜ୍ରାଘାତରେ ରାଜ୍ୟର ବିଭିନ୍ନ ସ୍ଥାନରେ ୬ ଜଣଙ୍କର ଗଲା ଜୀବନ

ଭୁବନେଶ୍ୱର: ଆକାଶରୁ ଖସିଲା ମୃତ୍ୟୁ । ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଛି । ଆନନ୍ଦପୁରରେ ବଜ୍ରପାତ ନେଇଛି ୪ ଜୀବନ । ସେହିପରି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳ ୨ ଜଣଙ୍କର ମୃତ୍ୟୁ ହୋଇଛି । ତେବେ କେନ୍ଦୁଝର ଜିଲ୍ଲାର ରାମଚନ୍ଦ୍ରପୁର ଥାନା ପଣ୍ଡୁଆ ଗାଁର ୧୨ ବର୍ଷିୟା ବାଳିକାଙ୍କ ମୃତ୍ୟୁ ହୋଇଛି । ଏଥିସହ ୩ଜଣ ଚାଷୀ ପ୍ରାଣ ହରାଇଛନ୍ତି ।

ମୃତକମାନେ ହେଲେ ନନ୍ଦିପଦା ଥାନା ଇଞ୍ଚୋଳ ଗ୍ରାମର ଗଣେଶ ଜେନା, ବାହାରିପୁର ଗାଁର ବହ୍ଲଭ ଜେନା ଓ ରାମଚନ୍ଦ୍ରପୁର ଥାନା ଗଡବାନ୍ଦୋଗଡା ସାପୁଆସାହି ର ପୁର୍ଣ୍ଣଚନ୍ଦ୍ର ମୁଣ୍ଡା  ।  ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଏମାନଙ୍କର ମୃତ୍ୟୁ ହୋଇଛି । ସେହିପରି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଲକ୍ଷ୍ମଣନାଥରେ ବଜ୍ରାଘାତରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ପ୍ରଥମେ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Leave a Reply