ଘୂର୍ଣ୍ଣି ବଳୟ ପ୍ରଭାବରେ କାଲିଠୁ ବର୍ଷା, ଅମଳ ଶସ୍ୟକୁ ସୁରକ୍ଷିତ ରଖିବାକୁ ପରାମର୍ଶ
ଭୁବନେଶ୍ୱର: ପାଗ ଖେଳୁଛି ଲୁଚକାଳି । ୩ ଦିନର ଲଗାଣ ବର୍ଷା ପରେ କୋହଲା ପାଗ । ପୁଣି କାଲିଠୁ ବର୍ଷା । ଘୂର୍ଣ୍ଣି ବଳୟ ପ୍ରଭାବରେ କାଲିଠୁ ବର୍ଷା ହୋଇପାରେ । ୧୨ ଜିଲ୍ଲାରେ ବର୍ଷା ହେବାନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ନୂଆପଡ଼ା, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, କଳାହାଣ୍ଡି ଜିଲ୍ଲାର କେତକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ ।
ଏହି ସବୁ ଜିଲ୍ଲାର ଚାଷୀମାନେ ସେମାନଙ୍କ ଅମଳ ଧାନ ଓ ଶସ୍ୟ ସୁରକ୍ଷିତ ରଖିବାକୁ ପରାମର୍ଶ ଦିଆଯାଇଛି । ୧୦ ତାରିଖ ବେଳକୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ । କିଛି ସ୍ଥାନରେ ଅଳ୍ପ ବର୍ଷା ହେବାକୁ ଥିବାବେଳେ ଆଉ କିଛି ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିବ । ବର୍ଷା ୧୦ ତାରିଖ ବେଳକୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ଦେବଗଡ଼ ଆଉ ଅନୁଗୁଳରେ ଘନ କୁହୁଡ଼ି ହେବ ବୋଲି ସୂଚନା ମିଳିଛି ।
୧୧ ତାରିଖ ବେଳକୁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଯାଜପୁର, କଟକ, ଭଦ୍ରକ, ଖୋର୍ଦ୍ଧା, ପୁରୀ ଆଉ କନ୍ଧମାଳରେ ଘନ କୁହୁଡ଼ି ଆଶଙ୍କା ରହିଛି । ଘନ କୁହୁଡ଼ି ଆଶଙ୍କା ଥିବା ସମସ୍ତ ଜିଲ୍ଲା ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।
ପଶ୍ଚିମା ପବନ ପ୍ରଭାବରେ ସାରା ରାଜ୍ୟରେ ବର୍ଷା, ୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ