ବର୍ଷା ଓ ବଜ୍ରପାତ ନେଇ ୭ ଜିଲ୍ଲାକୁ ୩ ଘଣ୍ଟା ଯାଏ ସତର୍କତା
1 min readଭୁବନେଶ୍ୱର: ଘଡ଼ଘଡ଼ି ସହ ବର୍ଷା ଓ ବଜ୍ରପାତ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କତା ଜାରି କରିଛି । ୭ ଗୋଟି ଜିଲ୍ଲା ପାଇଁ ଜାରି ହୋଇଛି ସତର୍କତା । ଆଗାମୀ ୩ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କୋରାପୁଟ, ଗଜପତି, ନବରଙ୍ଗପୁର ଓ ରାୟଗଡ଼ା ଆଦି ୭ଟି ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି । ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଲୋକମାନେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।
ଉଭୟ #ରାଡ଼ାର ଏବଂ #ସାଟେଲାଇଟ ଦ୍ୱାରା #ଉତୋଳନ ହୋଇଥିବା ଚିତ୍ରରୁ ଏହା ସ୍ପଷ୍ଟ ହୋଇଛି ଯେ , ଆଜି ମଧ୍ୟ #ଶିମିଳିପାଳ ଅଞ୍ଚଳରେ #ବିଜୁଳି_ଘଡଘଡି ସହ #ହାଲୁକାରୁ ମଧ୍ୟମ ଧରଣର #ବର୍ଷା ଅନୁଭୂତ ହେଉଛି | @ForestDeptt pic.twitter.com/AKqc8bU3IO
— Meteorological Centre, Bhubaneswar (@mcbbsr) March 11, 2021
ସେହିଭଳି ଆଜି ମଧ୍ୟ ଶିମିଳିପାଳ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୂତ ହେଉଥିବା ଉଭୟ ରାଡ଼ାର ଏବଂ ସାଟେଲାଇଟ ଦ୍ୱାରା ଉତ୍ତୋଳନ ହୋଇଥିବା ଚିତ୍ରରୁ ସ୍ପଷ୍ଟ ଜଣାପଡ଼ିଛି ।
#Rainfall Forecast for Day-1 to Day-3 pic.twitter.com/Wr4UCqPibc
— Meteorological Centre, Bhubaneswar (@mcbbsr) March 11, 2021
ଆଗାମୀ ୩ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୪ ତାରିଖ ଯାଏ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଏବଂ ବଜ୍ରପାତ ସମ୍ଭାବନା ରହିଛି ।