ଜାତି ନନ୍ଦିଘୋଷ କନକ୍ଲେଭ-୨୦୨୩: ତିନି ଜଣଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ସମ୍ମାନ

1 min read

ଭୁବନେଶ୍ବର: ଜାତି ନନ୍ଦିଘୋଷ କନକ୍ଲେଭ-୨୦୨୩ରେ ଜୀବନ ବ୍ୟାପୀ ସାଧନା ପାଇଁ ୩ ଜଣଙ୍କୁ ପ୍ରଦାନ କରାଗଲା ଲାଇଫ୍ ଟାଇମ୍ ଆଚିଭମେଣ୍ଟ ସମ୍ମାନ । କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ, ସାହିତ୍ୟିତ ବିଭୂତି ପଟ୍ଟନାୟକ ଏବଂ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ନନ୍ଦିଘୋଷ ଟିଭି ପରିବାର ମୁଖ୍ୟ ମାନସ ରଞ୍ଜନ ମଙ୍ଗରାଜ ଏମାନଙ୍କୁ ସମ୍ମାନିତ କରିଥିଲେ ।

ସଙ୍ଗୀତ ଜଗତକୁ ମହତ୍ବପୂର୍ଣ୍ଣ ଅବଦାନ ପାଇଁ ପ୍ରଣବଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଶାରୀରିକ ଅସୁସ୍ଥତା କରଣରୁ ଅନୁପସ୍ଥିତି କାରଣରୁ ତାଙ୍କ ପତ୍ନୀ କସ୍ତୁରୀ ପଟ୍ଟନାୟକ ଏହି ସମ୍ମାନ ଗ୍ରହଣ କରିଥିଲେ । ସେହିପରି ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ବିଭୂତି ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଥିଲା । ସାମ୍ବାଦିକତା କ୍ଷେତ୍ରରେ ଜଣେ ଜଣାଶୁଣା ନାଁ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା ।