ତନ୍ତ୍ର ସାଧନା ପାଇଁ ସ୍ତ୍ରୀକୁ ବଳି ଦେଇଥିବା ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ ଜେଲଦଣ୍ଡ

ଭଦ୍ରକ: ତନ୍ତ୍ର ସାଧନା ପାଇଁ ସ୍ତ୍ରୀକୁ ବଳି ଦେଇଥିବା ପତ୍ନୀହନ୍ତା ସ୍ବାମୀକୁ ଆଜୀବନ ଜେଲଦଣ୍ଡ । ଦଣ୍ଡାଦେଶ ଦେଲେ ଭଦ୍ରକ ଜିଲ୍ଲା ଜଜ୍ ପ୍ରଦ୍ୟୁମ୍ନ କୁମାର ନାୟକ । ଜେଲ ଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଲେ କୋର୍ଟ । ଜୋରିମାନା ଅନାଦେୟ ୬ ମାସ ଅଧିକ ସଶ୍ରମ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ । ୨୦୧୯ ଜାନୁଆରୀ ୨୩ରେ ଘଟିଥିଲା ଘଟଣା । ଅଭିଯୁକ୍ତ ହେଲେ ବାଁଶଡା ଥାନା ଅନ୍ତର୍ଗତ ଖଦାଳ ପୋଖରୀ ଗ୍ରାମର ବିଦ୍ୟାଧର ଦାସଙ୍କ ବଡ଼ ପୁଅ ପ୍ରହଲ୍ଲାଦ ଦାସ । ତନ୍ତ୍ର ସାଧନା ପାଇଁ ଶୋଇବା ଘରେ ପତ୍ନୀର ବେକକୁ ଦାଆରେ କାଟି ବଳି ଦେବା ବାହାନାରେ ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା ।