ସଠିକ ସମୟରେ ମିଳିଲାନି ସରକାରୀ ସହାୟତା, ଚିକିତ୍ସା ଅଭାବରୁ ଚାଲିଗଲା ଜୀବନ
1 min readସୋର : କେତେବେଳେ ଯେ କାହା ସୁଖର ସଂସାର ଉପରେ କଳା ପାହାଡ ମାଡି ଆସିବ ତାହା କେହି କହିପାରିବେ ନାହିଁ । ଯେମିତି ଏକ ଦୁଃଖର ପାହାଡ ଏବେ ଛିଣ୍ଡି ପଡିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଜାମୁଝାଡି ଗାଁର ଗଣେଶ ଦାସଙ୍କ ପରିବାର ଉପରେ । ଗଣେଷଙ୍କ ବଡ ପୁଅ ମିଥୁନଙ୍କ ଉପରେ ପୂରା ପରିବାର ନିର୍ଭର କରୁଥିଲା । ମିଥୁନ ୧୬ ମାସ ହେବ ମମତାକୁ ବିବାହ କରିଥିଲେ l ବିବାହର କିଛି ଦିନ ପରେ ମିଥୁନ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ନେଇ ଜାଣିବାକୁ ପାଇଥିଲେ । ମିଥୁନଙ୍କ ଚିକିତ୍ସା ପାଇଁ ପରିବାର ଲୋକେ ଜମିବାଡି ସମେତ ସୁନା ଅଳଙ୍କାର ବିକ୍ରି କରି ସର୍ବଶାନ୍ତ ହେଲାପରେ ବି ମିଥୁନ ଭଲ ହୋଇନଥିଲେ । ଅଧିକ ଚିକିତ୍ସା ପାଇଁ ମୋହନ ସରକାରଙ୍କ ପାଖରେ ଆର୍ଥିକ ସହାୟତା ଲୋଡିଥିଲେ ପରିବାର ଲୋକେ । ଯୁବ ସାମାଜିକ କର୍ମୀଙ୍କ ସାହାର୍ଯ୍ଯରେ ୨ ନଭେମ୍ବର ୨୦୨୪ରେ ଜିଲ୍ଲାପାଳ, ସିମୁଳିଆ ବିଡ଼ିଓ ଓ ତହସିଲଦାରଙ୍କୁ ପତ୍ର ଓ ଟୁଇଟ ମାଧ୍ୟମରେ ଜଣାଇଥିଲେ l ହେଲେ ଦୁଃଖର ବିଷୟ ମୁଖ୍ଯମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ଚଳିତ ଡିସେମ୍ବର ମାସ ୫ ତାରିଖରେ ମିଥୁନଙ୍କ ବ୍ୟାଙ୍କ ଖାତାକୁ ୫ହଜାର ଟଙ୍କା ଆସିଥିଲା l ସେତେବେଳେକୁ ଚିକିତ୍ସା ଅଭାବରୁ ଗତମାସ ୩୦ ତାରିଖରେ ମିଥୁନଙ୍କ ମୃତ୍ଯୁ ହୋଇସାରିଥିଲା ।
ଚିକିତ୍ସା ପାଇଁ ସରକାର ଦେଇଥିବା ଅର୍ଥ ମିଥୁନଙ୍କ ଚିକିତ୍ସା ବଦଳରେ ତାଙ୍କ ଶୁଦ୍ଧିକ୍ରିୟାରେ ଲାଗିଲା । ସରକାରଙ୍କର ଯେଉଁ ରିଲିଫ ଫଣ୍ଡ ଅଛି ଯଦି ଠିକ ସମୟରେ ତଦନ୍ତ କରି ସହାୟତା ପ୍ରଦାନ କରନ୍ତି ତାହାଲେ ସାଧାରଣ ଲୋକମାନେ ଉପକୃତ ହୋଇପାରନ୍ତେ ବୋଲି ସ୍ଵେଚ୍ଛାସେବୀ କହିଛନ୍ତି ।