ଡକାୟତି ପାଇଁ ୪ ଜଣଙ୍କୁ ହତ୍ୟା ଘଟଣା, ୪ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ

Life Imprisonment To 4 Culprit In Nayagarh Robbery Mass Murder Case

ନୟାଗଡ଼: ବହୁ ଚର୍ଚ୍ଚିତ ନୟାଗଡ ଚାନ୍ଦପୁର ଶାସ୍ତ୍ରୀନଗର ଡକାୟତି ପାଇଁ ୪ ଜଣଙ୍କୁ ହତ୍ୟା ଘଟଣାର ରାୟ ଆସିଛି । ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଦୋଷୀଙ୍କ ବିରୋଧରେ ଦଫା ନମ୍ବର ୩୯୫, ୩୯୬ ଓ ୩୦୨ ଲାଗିଛି । ନୟାଗଡ଼ ଜିଲ୍ଲା ଦୌରାଜଜ୍ କୋର୍ଟ ବିଚାର କରି ଏହି ରାୟ ଶୁଣାଇଛନ୍ତି ।

ଏଥିସହ ପଢ଼ନ୍ତୁ: ତିନିମାସର ପୁଅକୁ ସାଢ଼େ ୬ ହଜାର ଟଙ୍କାରେ ଅନ୍ୟ ହାତକୁ ଟେକିଦେଲା ମାଆ

ଗଞ୍ଜାମର ଜିଲ୍ଲା କୋଦଳାର ଏ.ରମେଶ, ଜେ. ଜୟ କୃଷ୍ଣ, ଜେ. ସନ୍ତୋଷ, ଏମ୍. କ୍ରିଷ୍ନାଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ ପ୍ରଦୀପ୍ତ ବେହେରା ଓ ଦୀନବନ୍ଧୁ ସାହୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ୪ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୪୫ ହଜାର ଲେଖାଏଁ ଜରିମାନା କରିଛନ୍ତି କୋର୍ଟ ।

୨୦୧୪ ମସିହା ସେପ୍ଟେମ୍ବର ୬ ତାରଖରେ ଚାନ୍ଦପୁର ଥାନା ଶାସ୍ତ୍ରୀନଗରରେ ଡକାୟତି କରିବାକୁ ଆସି ୨ ଛୁଆଙ୍କ ସହ ୪ ଜଣଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ । କାଶୀନାଥ ପାତ୍ରଙ୍କ ସହ ତାଙ୍କ ନାତିନାତୁଣୀ ଓ ବୋହୂଙ୍କ ଗଳା କାଟିହତ୍ୟା କରିଥିଲେ ଅଭିଯୁକ୍ତ । ଏହି ଘଟଣାରେ ଅଭିଯୁକ୍ତ ମାନଙ୍କୁ ୨୦୧୬ ମସିହାରେ କ୍ରାଇମବ୍ରାଞ୍ଚ ଓ ପୋଲିସ ଗିରଫ କରିଥିଲା ।

Leave a Reply