ଶାନ୍ତି ମିଶ୍ର ହତ୍ୟା ଘଟଣାରେ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ
ଗଞ୍ଜାମ: ବ୍ରହ୍ମପୁର ସହରର ବହୁ ଚର୍ଚ୍ଚିତ ଶାନ୍ତି ମିଶ୍ର ହତ୍ୟା ମାମଲାରେ ଆସିଲା ଗୁରୁତ୍ବପୂର୍ଣ୍ଣ ରାୟ । ରାୟ ଶୁଣାଇଲେ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ । ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୧୧ ଜଣ ଅଭିଯୁକ୍ତଙ୍କୁ ଆଜୀବନ କରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।
ତେଷ ମାମଲାର ବିଚାର ସରିଥିବା ବେଳେ ଏପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ମଉଜ ମିଶ୍ର ଫେରାର ଅଛି । ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ବି ଏପର୍ଯ୍ୟନ୍ତ ମଉଜଙ୍କୁ ଧରିବାକୁ ସକ୍ଷମ ହୋଇନାହିଁ ।