୪ ବର୍ଷ ପରେ ରାୟ, ଦଳିତଙ୍କୁ ହତ୍ୟା କରି ୨୭ ଜଣଙ୍କୁ ଆଜୀବନ କାରାଦଣ୍ଡ

ଚେନ୍ନାଇ: କଚନାଥମ ଟ୍ରିପଲ ମର୍ଡର କେସ୍‌ରେ ୨୭ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ  । ଶିବଗଙ୍ଗା ଜିଲ୍ଲାର ଏକ ସ୍ବତନ୍ତ୍ର ଅଦାଲତ ଏହି ରାୟ ଶୁଣାଇଛନ୍ତି  । କଚନଂଥମ ଗାଁର ତିନି ଜଣ ଦଳିତଙ୍କୁ ହତ୍ୟାର ୪ ବର୍ଷ ପରେ ରାୟ ଶୁଣାଇଛନ୍ତି କୋର୍ଟ  । ମନ୍ଦିରରେ ଆୟୋଜିତ ଏକ ସମାରୋହରେ କମେଣ୍ଟ ମରାକୁ ନେଇ ବିବାଦ ପରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା  ।

ଅନୁସୂଚିତ ଜାତି ଓ ଜନଜାତି ଅଧିନିୟମ ଅନୁସାରେ ସ୍ବତନ୍ତ୍ର କୋର୍ଟ ଶୁଣାଣି କରି ଦଣ୍ଡ ଶୁଣାଇଛନ୍ତି  । ଘଟଣାରେ ୩୩ ଜଣ ଅଭିଯୁକ୍ତ ଥିବାବେଳେ ୨୭ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି  । ଶୁଣାଣି ଚାଲିଥିବା ସମୟରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିଲା  । ମାଡ୍ରାସ ଉଚ୍ଚ ନ୍ୟାୟାଳୟର ମଦୁରୈ ପୀଠ ୨୦୧୯ରେ କିଛି ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଥିଲେ  । ଶିବଗଙ୍ଗା ଜିଲ୍ଲାରେ ଜାତିଆଣ ମନୋଭାବ ଦେଖାଦେବା ସହ ଜିଲ୍ଲାର ଶାନ୍ତି ପ୍ରତିଷ୍ଠାରେ ବାଧା ଉପୁଜିଥିବା ମନେ କରିଥିଲେ କୋର୍ଟ  ।

ଗତ ୨୬ ମେ ୨୦୧୮ରେ କରୁପନ୍ନାସ୍ବାମୀ ମନ୍ଦିରର ଏକ ଉତ୍ସବରେ ଆୟୋଜିତ କାର୍ଯ୍ୟକ୍ରମରେ ଜଣେ ୧୯ ବର୍ଷୀୟ ଯୁବକଙ୍କୁ ଦୁଇ ଦଳିତ ଯୁବକ କମେଣ୍ଟ ମାରି ଥିଲେ । ଯାହାର ଦୁଇ ଦିନ ପରେ ଦଳିତ ବସ୍ତିରେ କିଛି ସବର୍ଣ୍ଣ ଯୁବକ ଆକ୍ରମଣ କରି ହତ୍ୟାକାଣ୍ଡ ଘଟାଇଥିଲେ ।