ଦିନକୁ ଗୋଟିଏ ସିଗାରେଟ୍ ଟାଣିଲେ ଏତିକି ମିନିଟ୍ କମି ଯାଉଛି ବୟସ: ଟାଣିବା ଛାଡ଼ିଦେଲେ ବଢ଼ିପାରେ ଆୟୁଷ
1 min readଲଣ୍ଡନ: ସିଗାରେଟ୍ ଟାଣିବା ଆମର ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଏହି କ୍ଷତିର ମାତ୍ରା ଏତେ ବେଶି ଯେ ଏହା ଆପଣଙ୍କର ଆୟୁଷକୁ ମଧ୍ୟ କମାଇ ଦେଇପାରେ । ଦିନକୁ କେବଳ ଗୋଟିଏ ସିଗାରେଟ ଟାଣିବା ଫଳରେ ତାହା ଆପଣଙ୍କର ବୟସକୁ କମାଇ ଦେଉଛି । ଏପରି ସ୍ଥିତିରେ ବର୍ଷକ ମଧ୍ୟରେ ଆପଣଙ୍କର ବୟସ କେତେ କମୁଛି, ତାହା ଜାଣିବା ନିହାତି ଆବଶ୍ୟକ । ସିଗାରେଟ୍ ଟାଣିବା ଫଳରେ ଏହା କେବଳ ଆପଣଙ୍କର ଶରୀରର ବିଭିନ୍ନ ଅଙ୍ଗ ଉପରେ ପ୍ରଭାବ ପକାଇ ନଥାଏ, ଆପଣଙ୍କର ହାରାହାରି ଆୟୁଷକୁ ମଧ୍ୟ କମ୍ କରିଦେଇଥାଏ ।
ନିକଟରେ ୟୁନିଭରସିଟି କଲେଜ୍ ଅଫ୍ ଲଣ୍ଡନ ତରଫରୁ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଯେଉଁ ବ୍ୟକ୍ତି ଦିନକୁ ଗୋଟିଏ ସିଗାରେଟ୍ ଟାଣିଥାନ୍ତି, ତାଙ୍କର ଆୟୁଷ ସିଗାରେଟ ଟାଣୁନଥିବା ବ୍ୟକ୍ତିଙ୍କ ତୁଳନାରେ କମ୍ ହୋଇଥାଏ । ଦିନକୁ ଗୋଟିଏ ସିଗାରେଟ୍ ଟାଣିବା ଫଳରେ ଆପଣଙ୍କର ହାରାହାରି ଆୟୁଷ ୨୦ ମିନିଟ କମ୍ ହୋଇପାରେ । ଜର୍ଣ୍ଣାଲ ଅଫ୍ ଏଡିକ୍ସନରେ ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି ଯେ, ଗୋଟିଏ ସିଗାରେଟ୍ ଟାଣିବା ଫଳରେ ପୁରୁଷଙ୍କ ଆୟୁଷ ୧୭ ମିନିଟ୍ ଓ ମହିଳାଙ୍କ ଆୟୁଷ ୨୨ ମିନିଟ୍ ପର୍ଯ୍ୟନ୍ତ କମ୍ ହୋଇଯାଇଥାଏ ।
ଉକ୍ତ ରିସର୍ଚ୍ଚରେ କୁହାଯାଇଛି, ଯଦି କୌଣସି ବ୍ୟକ୍ତି ଗୋଟିଏ ଦିନରେ ୧୦ଟି ସିଗାରେଟ ଟାଣନ୍ତି ଓ ସେ ଚଳିତ ଜାନୁଆରୀ ପହିଲାରେ ଧୂମ୍ରପାନ ଛାଡ଼ି ଦିଅନ୍ତି, ତେବେ ଜାନୁଆରୀ ୮ ପର୍ଯ୍ୟନ୍ତ ଜୀବନର ଗୋଟିଏ ଦିନ କ୍ଷତି କମ୍ ହୋଇପାରେ । ଫେବୃଆରୀ ୫ ପର୍ଯ୍ୟନ୍ତ ସେ ନିଜର ଲାଇଫ ଏକ୍ସପେକ୍ଟାନ୍ସିକୁ ଏକ ସପ୍ତାହ ଓ ଅଗଷ୍ଟ ୫ ପର୍ଯ୍ୟନ୍ତ ନିଜ ଜୀବନକୁ ୧ ମାସ ପର୍ଯ୍ୟନ୍ତ ବଢ଼ାଇ ପାରନ୍ତି । ଯଦି ପୂରା ଏକ ବର୍ଷ ଧୂମ୍ରପାନ କରିବେନି, ତେବେ ଏହାଦ୍ବାରା ଆପଣଙ୍କୁ ୫୦ ଦିନର କ୍ଷତି କମ୍ ହୋଇପାରେ । ଧୂମ୍ରପାନ କରି କିଛି ଲୋକ ନିଜ ଜୀବନର ୧୦ ବର୍ଷର ବହୁମୂଲ୍ୟ ସମୟକୁ ନଷ୍ଟ କରିଦେଇଥାନ୍ତି ।
ଧୂମ୍ରପାନ କରିବା ଫଳରେ ବୃଦ୍ଧାବସ୍ଥାର ବୟସ କମ୍ ହୋଇଥାଏ, ଏହା ନୁହେଁ । ଏହି ଖରାପ ଅଭ୍ୟାସ ଦ୍ବାରା ଆପଣଙ୍କର ଜୀବନର ସୁନ୍ଦର ମୁହୂର୍ତ୍ତ ବିଷମୟ ହୋଇଯାଇଥାଏ । ଏପରି ସ୍ଥିତିରେ ଆପଣଙ୍କ ବୟସ ୫୦-୬୦ ହୋଇଥିବା ସମୟରେ ଆପଣଙ୍କୁ ୭୦ ବର୍ଷ ବୟସର ଲୋକଙ୍କ ବୀମାରୀ ହୋଇଥାଏ । ଏହାର ଅର୍ଥ ହେଉଛି ଧୂମ୍ରପାନ କରୁଥିବା ୬୦ ବର୍ଷୀୟ ଲୋକଙ୍କ ହେଲଥ ପ୍ରୋଫାଇଲ ଧୂମ୍ରପାନ କରୁନଥିବା ୭୦ ବର୍ଷୀୟ ବ୍ୟକ୍ତିଙ୍କ ପରି ହୋଇଯିବ । ଧୂମ୍ରପାନ କରିବା ଫଳରେ ହାର୍ଟ ସହ ଜଡ଼ିତ ବୀମାରୀ ଓ ଷ୍ଟ୍ରୋକ ପରି ଅନେକ ସ୍ବାସ୍ଥ୍ୟ ସ୍ଥିତିର କାରଣ ସାଜିଥାଏ । ସ୍ମୋକିଂ କରିବା ଫଳରେ ଏହି ସ୍ଥିତିର ଆଶଙ୍କା ପାଖାପାଖି ୫୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ି ଯାଇଥାଏ । ସ୍ମୋକିଂ ଦ୍ବାରା ଫୁସଫୁସ, ହୃଦୟ ଓ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ ।