spot_img

Latest Posts

ଦିଲ୍ଲୀରେ ଉପ-ରାଜ୍ୟପାଳଙ୍କ ରାଜ୍, କେନ୍ଦ୍ରର ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ: ଆଜିଠୁ ଦିଲ୍ଲୀରେ ଲେଫ୍ଟେନାଣ୍ଟ ଗଭର୍ଣ୍ଣର ରାଜ୍। ଯାହା ଫଳରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ କ୍ଷମତା କମିଲା। ଜାତୀୟ ରାଜଧାନୀ ଅଞ୍ଚଳ ଶାସନ ସଂଶୋଧନ ଆଇନ ୨୦୨୧ କାର୍ଯ୍ୟକାରୀ ନେଇ କେନ୍ଦ୍ର ସରକାର ଏସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛନ୍ତି।

ଗତ କାଲିଠାରୁ ଏହାକୁ ଲାଗୁ କରିବା ପାଇଁ ଉଲ୍ଲେଖ ରହିଛି। ପୂର୍ବରୁ ସଂସଦରେ ଏନ୍‌ସିଟି ବିଲ୍ ପାରିତ ହୋଇଥିଲା । ଏହା ପରେ ମାର୍ଚ୍ଚ ୨୮ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏଥିରେ ମୋହର ମାରିଥିଲେ । ସଂଶୋଧିତ ଆଇନ ଅନୁସାରେ ଦିଲ୍ଲୀରେ ଏଣିକି ଉପ-ରାଜ୍ୟପାଳଙ୍କ ବିନା ମଂଜୁରୀରେ କୌଣସି ପଦକ୍ଷେପ ନିଆଯାଇ ପାରିବନାହିଁ।

ସୂଚନା ଅନୁଯାୟୀ ଏଣିକି ନିର୍ବାଚିତ ସରକାରଙ୍କ ଚିଠା ପ୍ରସ୍ତାବକୁ ୧୫ ଦିନ ଆଗରୁ ଓ ପ୍ରଶାସନିକ ପ୍ରସ୍ତାବକୁ ୭ ଦିନ ଆଗରୁ ଉପ-ରାଜ୍ୟପାଳଙ୍କ ନିକଟକୁ ମଂଜୁରୀ ପାଇଁ ପଠାଇବାକୁ ପଡ଼ିବ । ଯେଉଁ ଆଇନକୁ ପୂର୍ବରୁ ଅରବିନ୍ଦ କେଜ୍ରିଓ୍ବାଲ ସରକାର ବିରୋଧ କରିଆସୁଛନ୍ତି । ଏମିତିକି ରାଜ୍ୟ ସଭାରେ ବିଲ୍ ପାରିତ ହେବା ପରେ ଏହା ଦିଲ୍ଲୀ ଜନତାଙ୍କ ପାଇଁ ଅପମାନ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍।

Latest Posts

Don't Miss