୫ କୋଟିରୁ ଆରମ୍ଭ ହୋଇଥିଲା LIC କମ୍ପାନୀ, ଏବେ ୬ ଲକ୍ଷ କୋଟି ସମ୍ପତି

1 min read

ନନ୍ଦିଘୋଷ ବ୍ୟୁରୋ: ଦେଶର ସର୍ବ ବୃହତ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ  । ଦିନେ ୫ କୋଟିରୁ ଆରମ୍ଭ ହୋଇଥିବା କମ୍ପାନୀ ଏବେ ୬ ଲକ୍ଷ କୋଟିରେ ପହଁଚିଛି  । ୬୫ ବର୍ଷ ଧରି ଯୋଗାଇ ଆସିଛି ସେବା  । ଭାରତର  ପ୍ରତ୍ୟକ ଗାଁରେ ପହଁଚିଛି LIC  । ୧୮୧୮ ମସିହାରେ ଜନ୍ମ ନେଇଥିଲା LIC  । ପ୍ରଥମରେ ନାମ ରଖାଯାଇଥିଲା ଓରିଏଣ୍ଟାଲ ଲାଇଫ ଇନ୍ସୁରାନ୍ସ । ସେତେବେଳେ କେବଳ ଇଂରେଜ ମାନଙ୍କର ଜୀବନ ବୀମା ଥିଲା ଏହି କମ୍ପାନୀ । କିନ୍ତୁ ଦୀର୍ଘ ୫୨ ବର୍ଷ ଧରି ଏହା କେବଳ ଗୋରା ସରକାରଙ୍କୁ ସେବା ଯୋଗାଇଆସୁଥିଲା  ।

୧୮୭୦ ମସିହାରେ ଏହା ଭାରତୀୟ ଲାଇଫ୍ ଇନସ୍ୟୁରାନ୍ସରେ ପରିଣତ ହୋଇଥିଲା  ।  ଏବଂ ଭାରତୀୟ ଲୋକଙ୍କୁ ହକ ମିଳିଥିଲା  । ପରବର୍ତ୍ତୀ ସମୟରେ ୧୯୫୬ ମସିହାରେ ୨୪୫ କମ୍ପାନୀଙ୍କୁ ମିସାଇ ଗଠିତ ହୋଇଥିଲା LIC  । ଯେଉଁଥିରେ ୧୫୪ ବାରତୀୟ ବୀମା କମ୍ପାନୀ, ୭୫ ପ୍ରାଇଭେଟ କମ୍ପାନୀ ଏବଂ ୧୬ଟି ବିଦେଶୀ କମ୍ପାନୀ ସାମିଲ ରହିଥିଲେ  । ଦୀର୍ଘ ଦିନ ଅପେକ୍ଷାରେ ପଡିଲା ଯବନୀକା  । LIC ଖୋଲିଲା ଇନସିଆଲ ପବ୍ଲିକ ଅଫର –ଆଇପିଓ  ।  ପ୍ରାରମ୍ଭିକ ସର୍ବସାଧାରଣ ଅଫର ବା IPO ଏପନିଂ ହୋଇଛି  । ପ୍ରାୟ ୨୧ ହଜାର କୋଟି ଟଙ୍କାର ଆଇପିଓ ଅର୍ଥାତ ୨୨ ଦଶମିକ ୧୪ କୋଟି ସେୟାର ବଜାରକୁ ଛାଡିବ । ପ୍ରତ୍ୟେକ ସେୟାରର ମୂଲ୍ୟ ୯୦୨ରୁ ୯୪୯ ଟଙ୍କା ରହିଛି ।

ପଲିସିଧାରୀଙ୍କୁ ପ୍ରତି ସେୟାରରେ ମିଳିବ ୬୦ ଟଙ୍କାର ରିହାତି  । ଖୁଚୁରା କର୍ମଚାରୀଙ୍କ ପାଇଁ ୪୫ ଟଙ୍କାର ରିହାତି ଦିଆଯିବ । ଆଇପିଓ ବନ୍ଦ ହେବାର ଏକ ସପ୍ତାହ ପରେ ମେ’ ୧୭ ତାରିଖରେ ସେୟାର ବଜାରରେ ଲିଷ୍ଟ ହେବ । ୩ ଦଶମିକ ୫ ପ୍ରତିଶତ ଅଂଶଧନ ବିକ୍ରି କରିବ ଏଲଆଇସି । ସଂସ୍ଥାଗତ ଓ ଖୁଚୁରା ନିବେଶକଙ୍କ ପାଇଁ ଆଜି ଆଇପିଓ ଖୋଲିଥିବା ବେଳେ ଏହି ମାସ ୯ରେ ବନ୍ଦ ହେବ । ଆଇପିଓ ଜରିଆରେ ନିବେଶକଙ୍କଠାରୁ ୨୧ ହଜାର କୋଟି ଉଠାଇବା ଲକ୍ଷ୍ୟ ରଖାଯାଇଛି । ସେୟାର ବଜାରରେ ପ୍ରତିଥର ହ୍ରାସ ଘଟିଲେ ଭାରତ ସରକାର ଏଲଆଇସି ଉପରେ ନିର୍ଭର କରୁଥିଲେ  । ଏବେ ସେହି ଏଲଆଇସିର ଅଂଶୀଦାର ହେବା ପାଇଁ ସାଧାରଣ ଜନତାଙ୍କ ପାଇଁ ଆସିଛି ସୁଯୋଗ  ।

ଆଇପିଓ ଜରିଆରେ ସରକାର ଏଲଆଇସିରୁ ୩ ଦଶମିକ ୫ ପ୍ରତିଶତ ଅଂଶଧନ ପ୍ରତ୍ୟାହାର କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି  । ପୂର୍ବରୁ ୫ ପ୍ରତିଶତ ଅଂଶୋଧନ ନେଇ ଆଲୋଚନା ହେଉଥିବାବେଳେ ଏହାକୁ କମାଇ ଦିଆଯାଇଛି  । ସେପଟେ ଏଲଆଇସିର ଆଇପିଓ ବ୍ୟହସ୍ଥାକୁ ବିରୋଧ କରିଛନ୍ତି ଅନେକ ବ୍ୟକ୍ତି  । ସରକାର ଏକ ସୁନା ଅଣ୍ଡା ଦିଆ କୁକୁଡା ବିକ୍ରୀ କରୁଛନ୍ତି ବୋଲି ଅଭିଯୋଗ ହୋଇଛି  ।