ଆଦାନୀ ଗ୍ରୁପରେ ନିବେଶ ନେଇ ପ୍ରଥମଥର ପାଇଁ ମୁହଁ ଖୋଲିଲା LIC

1 min read

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ ଉପରେ ଛାଇଥିବା ହିଣ୍ଡେନବର୍ଗର ରିପୋର୍ଟର କଳା ବାଦଲ ନେଇ ଉଠୁଛି ପଡ଼ୁଛି ସେୟାର ବଜାର । ବିଶେଷ କରି LIC ଆଦାନୀ ଗ୍ରୁପରେ ନିବେଶ କରିଥିବା ବୀମା ଅର୍ଥ ନେଇ ଚର୍ଚ୍ଚା ଜୋରସୋରରେ ଚାଲିଛି । ଏହାକୁ ନେଇ ଚାରିଆଡୁ  LICକୁ ସମାଲୋଚନା ବି କରାଯାଉଛି । କୁହାଯାଉଛି ଯେ, LIC ଭଳି ସଂସ୍ଥା ଆଦାନୀ ଗ୍ରୁପରେ କିପରି ନିବେଶ କଲା ।

କେନ୍ଦ୍ର ସରକାର ଏବଂ LIC ଏହାକୁ ନେଇ ମୁହଁ ଖୋଲୁ ନଥିଲାବେଳେ ଏବେ LIC ପ୍ରତିକ୍ରିୟା ଦେଇଛି । ଏ ନେଇ LIC କହିଛି ଆଦାନୀ ଗ୍ରୁପରେ ନିବେଶ ହୋଇଥିବା ଅର୍ଥ ପ୍ରତ୍ୟାହାର ହେବ ନାହିଁ । ଏ ନେଇ ଏଲଆଇସିର ଚେୟାରମ୍ୟାନ ଏମ.ଆର କୁମାର ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଆଦାନୀ ଗ୍ରୁପ ମ୍ୟାନେଜମେଣ୍ଟକୁ ଏ ନେଇ ବିଜନେସ ପ୍ରୋଫାଇଲ ବାବଦରେ ସୂଚନା ଦେବାପାଇଁ ଡାକିବୁ । ଏହାସହ ଆଦାନୀ ଗ୍ରୁପ କେଉଁସବୁ ଯୋଜନା ଉପରେ କାମ କରୁଛି ସେ ନେଇ ଆଲୋଚନା କରିବୁ ।