ସିଜେଆଇଙ୍କୁ ଚିଠି ଲେଖିଲେ ୨୧ଜଣ ଅବସରପ୍ରାପ୍ତ ବିଚାରପତି

ନନ୍ଦିଘୋଷ ବ୍ୟୁରୋ: ସିଜେଆଇଙ୍କୁ ଚିଠି ଲେଖିଲେ ୨୧ଜଣ ଅବସରପ୍ରାପ୍ତ ବିଚାରପତି। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କୁ ଲେଖିଲେ ଚିଠି। ସୁପ୍ରିମକୋର୍ଟର ୪ଜଣ ଅବସରପ୍ରାପ୍ତ ବିଚାରପତି ଓ ହାଇକୋର୍ଟର ୧୭ ଜଣ ଅବସରପ୍ରାପ୍ତ ବିଚାରପତି ଲେଖିଛନ୍ତି ମିଳିତ ଚିଠି।  କିଛି ବ୍ୟକ୍ତି ନିଜ ରାଜନୈତିକ ଓ ଅନ୍ୟାନ ସ୍ବାର୍ଥ ହାସଲ କରିବା ପାଇଁ ନ୍ୟାୟ ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠାଉଛନ୍ତି । ଏଭଳି ବ୍ୟକ୍ତିବିଶେଷ ଓ ସଂଗଠନ ଉପରେ ଅଙ୍କୁଶ ନଲଗାଇଲେ,ନ୍ୟାୟାଳୟର ଗାରିମା କ୍ଷୁର୍ଣ୍ଣ ହେବା ଆଶଙ୍କା ରହିଛି ।  କିଛି ଗୋଷ୍ଠୀଙ୍କ ଦ୍ବାରା ସାମାଜିକ ଗଣମାଧ୍ୟମରେ ଦିଆଯାଉଥିବା ପ୍ରତିକ୍ରିୟା ମାଧ୍ୟମରେ ନ୍ୟାୟତନ୍ତ୍ରକୁ ଦୁର୍ବଳ କରିବାକୁ ଚେଷ୍ଟା କରାଯାଉଥିବା ଚିଠିରେ ଉଲ୍ଲେଖ କରାଯାଇଛି। ଏ ସମସ୍ତ ଘଟଣାରେ ମୁଖ୍ୟ ବିଚାରପତିଙ୍କ ହସ୍ତକ୍ଷେପ ଦାବି କରିଛନ୍ତି ପୂର୍ବତନ ବିଚାରପତି ମାନେ। ବିଚାର ପ୍ରକ୍ରିୟାରେ ଅବାଞ୍ଛିତ ହସ୍ତକ୍ଷେପ ଯୋଗୁ ନ୍ୟାୟାଳୟର ସ୍ବାଧିନତା ଓ ଗାରିମା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ବିଚାର ପ୍ରକ୍ରିୟାରେ ବାଧା ସୃଷ୍ଟି ହେବା ଆଶଙ୍କା ରହିଛି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି।