ଛାତ୍ରଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ନେଇ ପିଟିସନ୍ ଦାଖଲ: କିଛି ଏଭଳି କହିଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ସଂଶୋଧିତ ନାଗରିକତା ଆଇନ ବିରୋଧରେ ହିଂସା ବନ୍ଦ କଲେ ଶୁଣାଣି ଆରମ୍ଭ ହେବ ବୋଲି କହିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଦିଲ୍ଲୀରେ ବିକ୍ଷୋଭକାରୀଛାତ୍ରଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଦାୟର ପିଟିସନ୍‌ର ଶୁଣାଣି କରିବା ନେଇ କିଛି ଏଭଳି ସର୍ତ୍ତ ରଖିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଶରଦ ଅରବିନ୍ଦ ବୋବ୍‌ଡେ ।

ପିଟିସନ୍‌ ଦାୟର କରିଥିବା ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ କହିଛନ୍ତି ଯେ, ଆଲୀଗଢ଼ ମୁସ୍‌ଲିମ୍‌ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ପ୍ରତି ପୋଲିସର କାର୍ଯ୍ୟାନୁଷ୍ଠାନରେ ଅତି ଗୁରୁତରଭାବେ ମନବାଧିକାର କ୍ଷୁର୍ଣ୍ଣ ହୋଇଛି ।

ଛାତ୍ରମାନଙ୍କ ପ୍ରତି ଏଭଳି ହୋଇଥିବାରୁ ସେମାନେ ଆଇନକୁ ହାତକୁ ନେଇପାରିବେ ନାହିଁ । ପରିସ୍ଥିତି ଶାନ୍ତ ପଡ଼ିଲା ପରେ ଏ ନେଇ ବଚାର କରାଯିବ ବୋଲି ସୁପ୍ରିମକୋର୍ଟ ପ୍ରଧାନବିଚାରପତି କହିଥିବା, ଖରବ ସରବରାହ ସଂସ୍ଥା ଏଏନ୍‌ଆଇ ପକ୍ଷରୁ ଏହା କୁହାଯାଇଛି । ଆମେ ଶନ୍ତି ପୂର୍ଣ୍ଣ ବିକ୍ଷୋଭକୁ ବିରୋଧ କରୁନୁ ।

କାର୍ଯ୍ୟାନୁଷ୍ଠାନର ଭିଡିଓ ଦେଖିବାର କୌଣସି ଆବଶ୍ୟକତା ନାହିଁ, ଯେତେବେଳ ଯାଏଁ ହିଂସା, ଭଙ୍ଗାରୁଜା ବନ୍ଦ ହୋଇନାହିଁ ଆମେ ଶୁଣାଣି କରିବୁନାହିଁ । ଅପରପକ୍ଷରେ ଦିଲ୍ଲୀରେ ଛାତ୍ରଙ୍କ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ନେଇ ଦାୟର ପିଟିସନ୍‌କୁ ସୋମବାର ଦିଲ୍ଲୀ ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ ଯେ, ରବିବାର ନ୍ୟୁ ଫ୍ରେଣ୍ଡସ୍‌ରେ ବିକ୍ଷୋଭକାରୀ ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ୪ଟି ବସ୍‌, ୨ଟି ପୋଲିସ ଗାଡ଼ିରେ ନିଆ ଲଗାଇଦେଇଥିଲେ । ଏଥିରେ ୬ ପୋଲିସ କର୍ମଚାରୀ ଓ ୨ ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି ।

Leave a Reply