spot_img

Latest Posts

ପିତାମ୍ବର ଆଚାର୍ଯ୍ୟ ମୋଜାମ୍ବିକ ଓ ଉଗାଣ୍ଡାର ଅଭିଜ୍ଞତାପୂର୍ଣ୍ଣ ବ୍ୟକ୍ତି : ଲେନିନ ମହାନ୍ତି

ସମ୍ବଲପୁର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ବିଜେଡିର ଟାର୍ଗେଟ। ବିଜେଡି ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ସାର୍ଟିଫିକେଟ ଏବଂ ଆଇଟି ରିଟର୍ଣ୍ଣ ପ୍ରସଙ୍ଗକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି। ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କ ପ୍ରେସମିଟକୁ ନେଇ କଡ଼ା ଜବାବ ଦେଇଛନ୍ତି ଲେନିନ। ପୀତାମ୍ବର ଆଚାର୍ଯ୍ୟଙ୍କୁ ମୋଜାମ୍ବିକ ଓ ଉଗାଣ୍ଡାର ଅଭିଜ୍ଞତାପୂର୍ଣ୍ଣ ବ୍ୟକ୍ତି ବୋଲି କଟାକ୍ଷ କରିବା ସହ ପ୍ରଣବ ପ୍ରକାଶ ଦାସଙ୍କ ସାର୍ଟିଫିକେଟ ଏବଂ ଜିରୋ ଆଇଟି ରିଟର୍ଣ୍ଣିଂ ସମ୍ପର୍କରେ ତଥ୍ୟ ରଖିଛନ୍ତି। ପୀତାମ୍ବର ଦେଖାଇଥିବା ପ୍ରଣବଙ୍କ ସାର୍ଟିଫିକେଟ ଟାମ୍ପରିଂ ବୋଲି କହିବା ସହ ୧୯୯୧ରେ ପ୍ରଣବ ପ୍ରକାଶ ଯୁକ୍ତ ଦୁଇ ସାଇନ୍ସରେ ପାସ୍ ହୋଇଥିବା ସାର୍ଟିଫିକେଟ ଦେଖାଇଥିଲେ ଲେନିନ୍। ପ୍ରଣବ କୋଭିଡ ସମୟରେ ସବୁ ରୋଜଗାର ସିଏମ ଫଣ୍ଡକୁ ଦେଇଛନ୍ତି। ସେଥିପାଇଁ ତାଙ୍କର ଆଇଟି ରିଟର୍ଣ୍ଣ ଜିରୋ ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜାଣିଲେଣି ଆଗକୁ ହାରିବେ। ସେଥିପାଇଁ ପ୍ରତିଦିନ ନୂଆ ନୂଆ ଫଣ୍ଡା ଆପଣାଉଛନ୍ତି। ନିଜର ବନ୍ଧୁ ପୀତାମ୍ବର ଆଚାର୍ଯ୍ୟଙ୍କୁ ଡାକି ଆଣି ତାଙ୍କ ଦ୍ବାରା ମିଛ କୁହାଉଛନ୍ତି ବୋଲି କହିଛନ୍ତି ଡକ୍ଟର ଲେନିନ୍ ମହାନ୍ତି। ପୀତାମ୍ବର ଆଚାର୍ଯ୍ୟ ଦେଇଥିବା ଅନେକ ମାମଲାରେ ଟିପ୍ପଣୀ ଲୋକେ ଜାଣିଛନ୍ତି। ଅଞ୍ଜନା ମିଶ୍ର ମାମଲାରେ ପୀତାମ୍ବରଙ୍କ ଭୂମିକା କଣ ତାହା ସମସ୍ତଙ୍କୁ ଜଣା। କିନ୍ତୁ ପ୍ରଣବ ପ୍ରକାଶ ଦାସ ମନ୍ତ୍ରୀ ପଦ ଆଡେଇ ସଂଗଠନକୁ ଆପଣେଇଛନ୍ତି।ତେଣୁ ପୀତାମ୍ବର ଆଚାର୍ଯ୍ୟ ଯାହା କହିଛନ୍ତି ଉଭୟ ଧର୍ମେନ୍ଦ୍ର ଏବଂ ପୀତାମ୍ବର ତାହା ପ୍ରମାଣ କରନ୍ତୁ ନ ହେଲେ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି।

Latest Posts

Don't Miss