spot_img

Latest Posts

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଭାଷଣକୁ ନେଇ ଲେନିନ ମହାନ୍ତିଙ୍କ କଟାକ୍ଷ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଭାଷଣକୁ ନେଇ କଟାକ୍ଷ କଲେ ବିଜେଡି ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି। ସ୍ୱାଧୀନତା ଦିବସରେ ମୁଖ୍ଯମନ୍ତ୍ରୀ ଦଳୀୟ ଆଭିମୁଖ୍ଯରୁ ଉର୍ଦ୍ଧ୍ବରେ ରହିବା ଆବଶ୍ଯକ। ଗୋଟେପଟେ ମୁଖ୍ଯମନ୍ତ୍ରୀ କହୁଛନ୍ତି ଯେ, ବିଜେପି ସରକାର ଏବେ ବାଲ୍ୟାବସ୍ଥାରେ ଅଛି। ଅନ୍ଯପଟେ ୭୦ ବର୍ଷ ପୂର୍ବର ସରକାରଙ୍କ ଦୋଷତ୍ରୁଟି କଥା କହୁଛନ୍ତି। ସେହିଭଳି ବଡ ଠାକୁର ଓଡ଼ିଆ ଅସ୍ମିତାର ପ୍ରତୀକ ହୋଇଥିବା ବେଳେ ପହଣ୍ଡି ବେଳେ ତାଙ୍କୁ ଚାଳମାଳରେ ତଳେ ପକେଇଦେବା, ମଦକୁ ନେଇ ଦୁଇ ମନ୍ତ୍ରୀଙ୍କ ଭିନ୍ନ ଭିନ୍ନ ଉକ୍ତି ଏପରିକି ଓଡିଆ ଭାଷାକୁ ବିକୃତ କରିବା କଣ ଓଡିଆ ଅସ୍ମିତାର ପରିଚୟ ବୋଲି ଲେନିନ ମହାନ୍ତି ପ୍ରଶ୍ନ କରିଛନ୍ତି।

ଗତ ୨୪ ବର୍ଷରେ ଯାହା ନବୀନ ପଟ୍ଟନାୟକ କରିଛନ୍ତି, ବିଜେପି ସରକାର କେବଳ ନାଁ ଓ ରଙ୍ଗ ବଦଳାଉଛନ୍ତି। ଯାହା ପ୍ରମାଣ କରୁଛି ଯେ ଲୋକଙ୍କ ସହ ଯଥାର୍ଥରେ ନବୀନ ପଟ୍ଟନାୟକ ଅଛନ୍ତି। ନବୀନ ତାଙ୍କ ଶାସନ କାଳରେ ଯାହା କରିଛନ୍ତି ତାହା ପ୍ରକୃତ ଲୋକାଭିମୁଖୀ ସରକାରର ପରିଚୟ। ଆଶା କରୁଛୁ ମୋହନ ମାଝୀ ଯାହା ପ୍ରତିଶୃତି ଦେଇଥିଲେ, ତାହା ପୂରଣ କରିବେ। ଶସ୍ତା ବକ୍ତବ୍ୟରୁ ନିବୃତ୍ତ ରହନ୍ତୁ ବୋଲି ଲେନିନ ମହାନ୍ତି କହିଛନ୍ତି ।

Latest Posts

Don't Miss