ପ୍ରସ୍ତୁତ ବାରବାଟୀ, ଦିନକପରେ ଲିଜାଣ୍ଟସ୍ ଲଢେଇ

କଟକ: ପ୍ରସ୍ତୁତ କଟକ ବାରବାଟୀ ଷ୍ଟାଡିୟମ । ଦିନକପରେ କ୍ରିକେଟ୍ ଲିଜାଣ୍ଟସ୍ ଲଢେଇ । ଆଜି ଦ୍ବତୀୟ ଦିନରେ କାଉଣ୍ଟରରେ ଦର୍ଶକଙ୍କ ସାମାନ୍ୟ ଗହଳି ଦେଖିବାକୁ ମିଳିଛି । 26, 27, 29 ତାରିଖରେ ବାରବାଟୀରେ ଖେଳାଯିବ ଲିଜାଣ୍ଡସ କ୍ରିକେଟ ଲିଗ୍ । ମୁହାମୁହିଁ ହେବେ ୪ଟି ଭେଟରାନ ଟିମ୍ । ମ୍ୟାଚ ପୂର୍ବରୁ କମିଶନରେଟ ପୋଲିସ୍ ପକ୍ଷରୁ କରାଯାଇଛି ପ୍ରସ୍ତୁତି । ଏଥିପାଇଁ ଡିସିପଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି ।

ଖେଳାଳିଙ୍କ ସୁରକ୍ଷା ଓ ଶୃଙ୍ଖଳିତ ମ୍ୟାଚ ପାଇଁ ଏଥିରେ ବିସ୍ତୃତ ଆଲୋଚନା ହୋଇଛି । ଭୁବନେଶ୍ବରରୁ ଖେଳାଳିମାନେ ଏକ ସ୍ବତନ୍ତ୍ର ବସରେ ଆସି ପ୍ରାକ୍ଟିସ କରିବେ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ସେପଟେ ମ୍ୟାଚ ପାଇଁ ଷ୍ଟାଡିୟମ ଭିତରେ ପିଚ ରୋଲିଂ କରାଯିବା ସହ ଗ୍ରାସ୍ କଟିଂ କରାଯାଇଛି । ନାମୀଦାମୀ ଖେଳାଳିଙ୍କ ହୋର୍ଡିଂରେ ଛାଇ ଯାଇଛି ଷ୍ଟାଡିୟମ ବାହାର । ଲିଜାଣ୍ଡସ୍ ଲିଗର ତିନୋଟି ମ୍ୟାଚ ଛଡା ଅକ୍ଟୋବର 5 ତାରିଖରେ ବାରବାଟୀରେ ଲିଗ୍ ର ଫାଇନାଲ୍ ମ୍ୟାଚ କରିବା ନେଇ କରାଯାଉଛି ଯୋଜନା ।