‘ମମତା’ ଦେଇଥିଲା ପରିଚୟ, ଆଜି ବି ‘ଭୁଲି ହୁଏନା’

ନନ୍ଦିଘୋଷ ବ୍ୟୁରୋ: ମମତାରୁ ଆରମ୍ଭ ହୋଇଥିଲା ଶେଷ ଶ୍ରାବଣରେ ଭିଜିଥିଲା, ସିନ୍ଦୂର ବିନ୍ଦୁ, ବଳିଦାନ, ବନ୍ଧୁମହାନ୍ତି, ସତୀଅନସୂୟା, ଗୌରୀ, ରାମାୟଣ, ସୀତାଲବକୁଶ, ରାମ ରହିମ, ସ୍କୁଲମାଷ୍ଟର, ପୂଜା ଫୁଲ, ସମୟ ବଡ଼ ବଳବାନ, ଗୃହଲକ୍ଷ୍ମୀ, ତୁଣ୍ଡ ବାଇଦ, ଭୁଲି ହୁଏନା, ବସ୍ତ୍ର ହରଣ,ନାଗ ପଞ୍ଚମୀ ଆଦି ୭୦ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ଓଡ଼ିଆ ସଂଗୀତରେ ତାଙ୍କ ମୃର୍ତ୍ତୀମନ୍ତ୍ର ଅବଦାନ ସର୍ବଦା ଅବିସ୍ମରଣୀୟ ।
କମଳ ଦେଶ ରାଜକୁମାରରେ , ବହି ଯାଏ ରେ ଗଙ୍ଗା ଉଡ଼େ ତ୍ରିରଙ୍ଗା, ଆହେ ଦୟାମୟ ବିଶ୍ବବିହାରୀ, ତୁମ ଶାଢ଼ୀର ରଙ୍ଗ ନକଲି, ମଲେଇ ଖାଇ ମୋ ଓଲେଇ ବିଲେଇ, ନୀଳଚକ୍ର ହେ ଦେଖ ଉଡ଼ୁଛି, ଆମେ ଦୁଇ ଭାଇ କାଶିଆ କପିଳା, କିଏ ସାତ କିଏ ସତର, କାଳୀ କପାଳି ନରମୁଣ୍ଡ ମାଳି, ଏ ରାତି ଏ ଜହ୍ନ ଏ ଫୁଲ ଏ ଫଗୁଣ…ଆଦି ଏମିତି ଅନେକ ଗୀତ ଭିଜାଏ କନ୍ଦାଏ ଓ ସଙ୍ଗୀତର ଆସରରେ ନିଜକୁ ହଜାଇଦିଏ । ପ୍ରଫୁଲ୍ଲ କରଙ୍କ
ସେ ସଙ୍ଗୀତ ନିର୍ଦ୍ଦେଶକ ଭାବେ ସର୍ବାଧିକ ୬ ଥର ଏବଂ କଣ୍ଠଶିଳ୍ପୀ ଭାବେ ଥରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ଓଡ଼ିଆ ଚଳଚ୍ଚିତ୍ରରେ ଜୀବନ ବ୍ୟାପି ଅବଦାନ ନିମନ୍ତେ ତାଙ୍କୁ ୨୦୦୪ରେ ସର୍ବୋଚ୍ଚ ସମ୍ମାନ ଜୟଦେବ_ପୁରସ୍କାର ରେ ସମ୍ମାନିତ କରା ଯାଇଥିଲା । ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ଅତୁଳନୀୟ । ବିଭିନ୍ନ ଓଡ଼ିଶୀ ନୃତ୍ୟ ଗୁରୁ ମାନଙ୍କ ସହ ମିଶି ସେ ବହୁ ଓଡ଼ିଶୀ ନୃତ୍ୟ ନାଟିକାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ସଂଗୀତ କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ପାଇଁ କେନ୍ଦ୍ର ସରକାର ୨୦୧୫ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ।